ସିର୍ଜିନା ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ତଥା କବିତା ଆସର

0

ପଦ୍ମପୁୁର(ଶାସକପ୍ରଶାସକ)-ରବିବାର ଦିନ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଆୟୋଜିତ ହୋଇଯାଇଛି l ଏହି ଅବସରରେ ଆଜି ଅନୁଷ୍ଠାନ ରେ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ଶ୍ରୀ ରାଧାମୋହନ ପୂଜାହାରୀ ଙ୍କ ସଭାପତିତ୍ୱ ରେ ଉକ୍ତ କାର୍ଯ୍ୟକ୍ରମରେ ଡଃ ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଏବଂ ଶ୍ରୀ ଆଦିତ୍ୟ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ଅବସରରେ ନରେନ୍ଦ୍ର ପଟେଲ, ଯଶୋବନ୍ତୀ ବାରିକ, ସନ୍ତୋଷ କୁମାର ଅଦାବର, ଭାରତୀ ପଣ୍ଡା, ରାଧାମୋହନ ପୂଜାହାରୀ, ପ୍ରମୋଦିନୀ ପଣ୍ଡା, ସବିତା ହୋତା, ଆହ୍ଲାଦିନୀ ପାଣିଗ୍ରାହୀ ଦାସ, ଭକ୍ତବନ୍ଧୁ ସାହୁ, ଆଶୁତୋଷ ଠାକୁର, ସରୋଜ ଆଚାର୍ଯ୍ୟ, ଆଖଣ୍ଡଳ ଦାଶ, ପ୍ରତିମା ବାରିକ, ନରୋତ୍ତମ ଦାଶ, ଚନ୍ଦନା ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଭୋଇ, ରାଜେନ୍ଦ୍ର ମହାନ୍ତି ଆଦି ଅନେକ କବି କବୟିତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ l ସଂପାଦକ ରାଜେନ୍ଦ୍ର ମହାନ୍ତି କବି ମାନଙ୍କର କବିତା ଗୁଡ଼ିକର ପାଠକୀୟ ଅଭିମତ ରଖିଥିଲେ l କାର୍ଯ୍ୟକ୍ରମକୁ କବି ରାଧାମୋହନ ପୂଜାହାରୀ ପରିଚାଳନା କରିଥିବା ବେଳେ କବି ବେଦବ୍ୟାସ ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.