୧୪ ଟି ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ ୬୫ଟି ନାମାଙ୍କନ ପତ୍ର ଦାଖଲ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ନାମାଙ୍କନ ପତ୍ର ଦାଖଲ ହେବା ପ୍ରକ୍ରିୟାର ଆରମ୍ଭ ଠାରୁ ଆଜି (ଶୁକ୍ରବାର ଦିନ) ଶେଷ ଦିନ ପର୍ଯ୍ୟନ୍ତ ସମଗ୍ର ଗଜପତି ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି।
ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ପାଇଁ ବ୍ଲକ ଓ ଓ ପଞ୍ଚାୟତ ଅଞ୍ଚଳ ଯେତିକି ଚଳଚଞ୍ଚଳ ହୋଇଉଠିଛି , ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପାରଳାଖେମୁଣ୍ଡି ସହର ମଧ୍ୟ ସେତିକି ଚଳଚଞ୍ଚଳ ହୋଇପଡିଛି ।
ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ବିଜେଡି , ବିଜେପି , କଂଗ୍ରେସ , ସିପିଆଇ ପ୍ରଭୃତିଙ୍କ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୋଟ ୩୧ଜଣ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ନାମାଙ୍କନ ପତ୍ର ଦାଖଲ ଗୁରୁବାର ଦିନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ ୩୪ ଜଣ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହାକୁ ମିଶାଇ ଜିଲାର ୭ ଗୋଟି ବ୍ଲକରେ ଥିବା ୧୪ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୬୫ ଟି ନାମାଙ୍କନ ପତ୍ର ଦାଖଲ ହୋଇଛି।
ଆଜି ନାମାଙ୍କନ ପତ୍ର ଦାଖଲ ହୋଇଥିବା ମଧ୍ୟରୁ କାଶିନଗରରୁ ୮ ଜଣ , ଗୁମ୍ମାରୁ ୪ ଜଣ , ନୂଆଗଡରୁ ୩ ଜଣ , ଗୋଷାଣୀରୁ ୯ ଜଣ , ମୋହନାରୁ ୨ ଜଣ , ଆର୍:-ଉଦୟଗିରିରୁ ୩ ଜଣ ଏବଂ ରାୟଗଡରୁ ୨ ଜଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ନାମାଙ୍କନ ପତ୍ର ଦାଖଲ ସମୟରେ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ବିଶ୍ୱ ମୋହନ ରାୟଙ୍କ ସମେତ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା , ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
କୋରନା କଟକଣା ଅନୁସାରେ ସୀମିତ ସମର୍ଥକ ମାନଙ୍କ ସହ ଆଜି ନିଜର ପ୍ରର୍ଥୀ ପତ୍ର ଦାଖଲ କରିଛନ୍ତି।
ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ପ୍ରାର୍ଥୀ ମାନଙ୍କ ହାତ ସେନିଟାଇଜ କରାଯିବା ସହ ଥର୍ମାଲ ଟେଷ୍ଟ କରାଯାଇଥିଲା । ଅନ୍ୟପକ୍ଷରେ ପ୍ରାର୍ଥୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

Leave A Reply

Your email address will not be published.