ଭୁବନେଶ୍ୱର : ଆଜି ଜାତୀୟ ଉଠାଦୋକାନୀ ଦିବସ ଅବସରରେ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଟି କୋଭିଡ ର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଏମସି ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇଥିବା ସହ ସଂଘର ଉପଦେଷ୍ଟା ତଥା ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସଭାପତି ଶ୍ରୀ ଶୁଭ୍ରାଂଶୁ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଭାପତି ଶ୍ରୀମତୀ ପ୍ରବୀଣା ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ମନୋଜ ସ୍ୱାଇଁ, NASVI ର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ବଳ ଙ୍କ ସମେତ ଶ୍ରୀ ମନମୋହନ ପଣ୍ଡା, ଶ୍ରୀ ଧୀରେନ୍ଦ୍ର ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମିଳିତ ଭାବେ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନା କରିଥିଲେ। ଏହି ସଭାରେ ” ବଞ୍ଚିବାର ଆଶା” ନାମକ ଏକ ପୁସ୍ତକ ଉନ୍ମୋଚିତ ହେବା ସହ http://www.nukbm.online ଭଳି ଏକ ୱେବସାଇଟ ଲଞ୍ଚ ହୋଇଥିଲା। ଦୀର୍ଘ ଦୁଇ ବର୍ଷ ଧରି ଯେପରି ଏହି ଉଠା ଦୋକାନୀ ମାନେ ଆଗଧାଡ଼ି ରେ ରହି କୋରୋନା ଯୋଦ୍ଧା ରୂପକ କାର୍ଯ୍ୟ କରିଆସିଛନ୍ତି ସେହିଭଳି ଆଗକୁ ମଧ୍ୟ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବାପାଇଁ ଏକ ପରିବାର ସଦୃଶ କାର୍ଯ୍ୟ କରିବା ତଥା ସରକାର ଓ ବିଏମ୍ସି ସହ ମିଶି ସମାଜ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସହାୟତା ଓ ଉଦବୋଧନ ମୂଳକ ବାର୍ତ୍ତା ପାଇଁ, ସଂଘର ସଦସ୍ୟ ମାନେ ଅନେକ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post