ଉମରକୋଟ/ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପୁରାତନ ଶୈବ ପୀଠ ପାରୂଆ ଶିବ ମନ୍ଦିର ରୁ ଗତ କାଲି ଚୋରୀ ହୋଇଥିବା ରାଇଘର ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି ଗତ କାଲି ବିଳମ୍ବିତ ରାତିରେ ଚୋର ଆସି ମନ୍ଦିର ରେ ଲାଗିଥିବା ସି ସି ଟିଭି କେମେରା ର ତାର ଗୁଡିକ ମନ୍ଦିର ପଛ ପଟେ ଆସି କାଟି ଦେଇ ମନ୍ଦିର ପ୍ରାଙ୍ଗଣରେ ଥିବା ଦାନ ହୁଣ୍ଡି ଗୁଡିକ ଉଠାଇ ନେଇ ବକ୍ସ ଭାଙ୍ଗି ହୁଣ୍ଡି ଭିତର ଥିବା ପଇସା ଏବଂ ମନ୍ଦିର ଅଫିସ କାର୍ଯ୍ୟଳୟ ଥିବାଆଲମୀରା ରୁ ପାଖା ପାଖି 40 ହଜାର ଟଙ୍କା ଭାଙ୍ଗି ନେଇ ଯାଇ ଥିବା ଜଣା ଯାଇଛି। ଏ ବିଷୟ ନେଇ ମନ୍ଦିର କମିଟି ଓ ଗ୍ରାମ ବାସି ଥାନା ରେ ଅଭିଯୋଗ କରିଛନ୍ତି। କେସନୋ 10/2022 ରୁଜ୍ଜୁସହ ଅଭିଯୋଗ ପରେ ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଏବଂ ଥାନା ଷ୍ଟାଫ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ଜଣାଯାଇଛି। ପ୍ରକାଶ ଥାଉ କି ଗତ କିଛି ଦିନ ହେବ ଅଞ୍ଚଳରେ ବାରମ୍ଵାର ଚୋରୀ ହୋଇଥିବା ବେଳେ ପୋଲିସ ତରଫରୁ ପେଟୋଲିଂ ବ୍ୟବସ୍ଥା କୁ କଡ଼ା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post