ଉମରକୋଟ/ଜିତେନ୍ଦ୍ର ମହାନ୍ତି : ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଥିବା ଜଣାଯାଇଛି। ରାଇଘର ବ୍ଲକ ରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ସାଇନା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁନୁଲ ମହାନ୍ତି ଦ୍ୱିତୀୟ ସ୍ଥାନ ଓ ଓମ୍ ସରକାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ଅଭିପ୍ସା ମହାପାତ୍ର, ଓ ବାସୁଦେବ ମଲ୍ଲିକ ସମାନ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିବୟାନ୍ତି ପାନିଆ ଦ୍ୱିତୀୟ ଓ ଶୁଭଶ୍ରୀ ଜେନା ତୃତୀୟ ସ୍ଥାନ ଅଧିକାର କରି ଥିବା ଜଣାଯାଇଛି। ପ୍ରକାଶ ଥାଉ କି ପଞ୍ଚମ ଶ୍ରେଣୀ ବୃତ୍ତି ପାଇ 240 ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତୃତୀୟ ଶ୍ରେଣୀ ବୃତ୍ତି ପାଇ 295 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଏବଂ ପଞ୍ଚମ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ରେ 7 ଜଣ ଲେଖାଁଏ ମେରିଟ ଲିଷ୍ଟ ରେ ଥିବା ଜଣାଯାଇଛି। ପଞ୍ଚମ ଶ୍ରେଣୀ ର ସାଇନା ମହାରଣା, ସୁନୁଲ ମହାନ୍ତି ଓ ତୃତୀୟ ଶ୍ରେଣୀ ର ଅଭିପସା ମହାପାତ୍ର ରାଇଘର ସ୍ଥିତ ଶିଶୁ ମନ୍ଦିର ରେ ଅଧ୍ୟୟନ କରୁଥିବା ବେଳେ ଅନ୍ୟ ଛାତ୍ର ଛାତ୍ରୀ ମାନେ ସରକାରୀ ବିଦ୍ୟାଳୟ ରେ ଅଧ୍ୟୟନ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post