ପଦ୍ମପୁର :ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ତ୍ରୟୋଦଶ ମାସିକ କବିତା ଆସର ଜାନୁଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵରର ବରିଷ୍ଠ ସୁସାହିତ୍ୟିକା ଡ଼ଃ. ସୁଷମା ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇ ସାହିତ୍ୟ ସହିତ ମଣିଷ ଜୀବନର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆସରରେ ସଭାପତିତ୍ୱ କରିବା ସହ ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆସରକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
କବିସୂର୍ଯ୍ୟନଗରର ସୁସାହିତ୍ୟିକ ତଥା ଅଧ୍ୟାପକ ଲୋକନାଥ ନାହାକଙ୍କ ବଳିଷ୍ଠ ସଂଯୋଜନାରେ ୩୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ । ନାରୀକବି ବନ୍ଦନା ପଣ୍ଡା, ଶୋଭନା ପ୍ରିୟଦର୍ଶିନୀ, ଶୁଭସ୍ମିତା ତ୍ରିପାଠୀ, ସୁଚିତ୍ରା କୁମାରୀ ପଣ୍ଡା, ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, ଭାରତୀ ହୋତା, ନୀହାରିକା ପଣ୍ଡା, ପ୍ରତିମା ବାରିକ, ସୁଜାତାରାଣୀ ଶତପଥୀ, ବିଳାସିନୀ ପଟ୍ଟନାୟକ, ପୁଷ୍ପାଞ୍ଜଳି ପଣ୍ଡା ଓ ସବିତା ବସ୍ତିଆ ଏବଂ କବି ବନବିହାରୀ ପଟ୍ଟନାୟକ, ଶିବାନନ୍ଦ ବାରିକ, ଜିତେନ୍ଦ୍ର କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ଜେନା, ବିଶ୍ଵକେଶନ କଅଁର, ରାଧାମୋହନ ପୂଜାହାରୀ, ବେଣୁଧର ସୁତାର, ଡ଼ଃ. ରମାକାନ୍ତ ନାୟକ, ପରମାନନ୍ଦ ତ୍ରିପାଠୀ, ଗଣେଶ ଚନ୍ଦ୍ର ବେହେରା,ଶିବଶଙ୍କର ରେଡି, ବିଦ୍ୟାଧର ଦଳବେହେରା, ପ୍ରେମାନନ୍ଦ ବେହେରା ଓ ଲଳିତ କୁମାର ସ୍ବାଇଁ ସ୍ବରଚିତ କବିତା ପାଠ କରିଥିଲେ ।
ସୁସାହିତ୍ୟକା କୃଷ୍ଣାଞ୍ଜଳୀ ଦାସ କବିତା ଆସରର ମହତ୍ତ୍ଵ ଓ ସାହିତ୍ୟର ଜୟଯାତ୍ରା ବିଷୟରେ ଧାରଣା ଦେଇଥିଲେ । ସୁସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ. ପ୍ରଣବାନନ୍ଦ ପାଟ୍ଟଯୋଶୀ କବିତାଗୁଡିକୁ ସମୀକ୍ଷା କରିଥିବାବେଳେ, ଅନୁଷ୍ଠାନର ସଂଯୋଜକ ଶ୍ରୀଯୁକ୍ତ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.