କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗୁଡ଼ା ଛକ ଠାରେ ସ୍ଥାନୀୟ ପୋଲିସ ଏବଂ ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘ ସଦସ୍ୟଙ୍କ ପକ୍ଷରୁ ମିଳିତ ଭାବେ କୋରୋନା ସମନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସାରା ବିଶ୍ୱରେ କୋଭିଡ୍ ର ତୃତୀୟ ଲୋହର ଚାଲିଥିବା ବେଳେ ଓମିକ୍ରନ ଭାଇରସ୍ ତାର କାୟ ବିସ୍ତାର କରି ଚାଲିଛି ଏଇ ପରିପ୍ରେକ୍ଷୀରେ କୋଭିଡ୍ ଯୋଦ୍ଧା ଭାବେ ପୋଲିସ୍ ଓ ଗଣମାଧ୍ୟମର ବଡ଼ ଭୂମିକା ରହୁଛି ନିରନ୍ତର ଭାବେ ଜନ ସାଧାରଣ ଙ୍କ ପାଇଁ କାମ କରି ଆସୁଥିବା ବେଳେ ଏବେ ଉଭୟଙ୍କୁ ସତର୍କ ଓ ସଚେତନ କରିବାର ବେଳ ଆସିଛି ଏଣୁ ଆଜି ମାଝିଗୁଡା ମଙ୍ଗଳ ବାର ହାଟ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଜମିବା ଆଶଙ୍କାରେ ସ୍ଥାନୀୟ ପୋଲିସ୍ ଓ ପ୍ରେସ କ୍ଳବ୍ ସାମ୍ବାଦିକ ସଂଘ ପକ୍ଷରୁ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା ଓ ସମୟ ସମୟରେ ସାବୁନ୍ ରେ ହାତ ଧୋଇବା ସହ ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ସଚେତନ କରାଗଲା ଏହି ସମୟରେ କଲ୍ୟାଣସିଂହପୁର ପୋଲିସ ଙ୍କ ମଧ୍ୟରେ ସବ୍ ଇନସ୍ପେକ୍ଟର
ସଞ୍ଜୟ କୁମାର ମୁର୍ମୁ , କନଷ୍ଟେବଲ୍ ରିତା କରକରିଆ, ଓ ପି ଏଫ୍ ଚନ୍ଦ୍ରକାନ୍ତ ଶବର, କନଷ୍ଟେବଲ୍ ଶିବ ପଟନାୟକ ଏବଂ ପ୍ରେସ୍ କ୍ଳବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘର ସଭାପତି ଅକ୍ଷୟ ପିଡିଶିକା, ସମ୍ପାଦକ ସନ୍ତୋଷ କୁମାର ବଛା, ସାଧାରଣ ସମ୍ପାଦକ ସନ୍ତୋଷ ଲାମତା, ଉପ ସଭାପତି ଧନେଶ୍ଵର ରାଉତ, କୋଷାଧ୍ୟକ୍ଷ ମଣ୍ଟୁ ଦଣ୍ଡସେନା, ସକ୍ରିୟ ସଦସ୍ୟ ପ୍ରଦୀପ ଦଳାଇ ଉପସ୍ଥିତ ରହି ସଚେତନ କରିଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post