ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ମଙ୍ଗଳବାର ଦିନ ଅନୁଷ୍ଠାନ ସଭା ଗୃହରେ ଅନୁଷ୍ଠିତ ହୋଇଛି।
ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୬ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ଏବଂ ସେମାନଙ୍କର ପରିବାରର ମହିଳା ସଭ୍ୟା ତାଲିମ ନେବେ । ଉଦଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିଲେ । ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ପାଲ ମୁଖ୍ୟ ଅତିଥି , ଜିଲ୍ଲା ଲିଡ ବ୍ୟାଙ୍କ ମେନେଜର ଶ୍ରୀ କିଶୋର ଚନ୍ଦ୍ର ନାଇକ, ସିଲେଇ ଶିକ୍ଷୟତ୍ରୀ ଶ୍ରୀମତୀ ଏ.ବାଳମଣି ଆଚାରୀ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହାୟକ ପ୍ରବନ୍ଧକ ଶ୍ରୀ ସୁନାରାମ ସିଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.