ରାଉରକେଲା:(ବସନ୍ତ ଜେନା): ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡାକ୍ତର ସୁରେଶ ଚନ୍ଦ୍ର ଦଳେଇ ଆଜି ରାଉରକେଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଥିବା ରାଉରକେଲାର ବିଭିନ୍ନ କୋଭିଡ୍ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଅକ୍ସିଜେନ୍ ଏବଂ ଔଷଧପତ୍ର ଆଦିର ମହଜୁଦ୍ ଉପରେ ସମୀକ୍ଷା କରିଥିଲେ। ରାଉରକେଲା ହେଲ୍ପଲାଇନ କିପରି ରୋଗୀଙ୍କୁ କୋଭିଡ୍ ସମ୍ପର୍କିତ ସୂଚନା ଓ ପରାମର୍ଶ ଦେଉଛି ତାହା ମଧ୍ୟ ସେ ଅନୁଧ୍ୟାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.