ଦୁଇଟି ବ୍ୟାରେଜର ଶୁଭ ଭର୍ଚୁଆଲ ମୋଡରେ : ପ୍ରକଳ୍ପରେ ୪୯୩ କୋଟି ଟଙ୍କା ଖର୍ଚ୍ଚ ହେବ।

0

ରାଉରକେଲା(ବସନ୍ତ ଜେନା):ସୁନ୍ଦରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଇବ ନଦୀ ଉପରେ ୨ଟି ବ୍ୟାରେଜ ର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଦୀର କୋପସିଙ୍ଗା ଏବଂ କୁଡ଼ାବଗା ରେ ୪୯୩ କୋଟି ଟଙ୍କା ଅର୍ଥ ବ୍ୟୟ ରେ ହେବାକୁ ଥିବା ଦୁଇଟି ବନ୍ଧ କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼ ରେ ଶୁଭ ଦେଇଛନ୍ତି।୨୪୮ କୋଟି ଟଙ୍କା ବ୍ୟୟରେ କୋପସିଙ୍ଗା ନିର୍ମାଣ ହେବାକୁ ଥିବା ବ୍ୟାରେଜରେ ସୁନ୍ଦରଗଡ଼ ପୋୖରାଞ୍ଚଳ ସହ ୧୫ ଟି ଗ୍ରାମର ଲୋକମାନେ ଉପକୃତ ହେବେ। ସେହିପରି କୁଡ଼ାବଗା ବ୍ୟାରେଜରେ ୨୧ ଟି ଗ୍ରାମର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା ପାନୀୟଜଳ ଠାରୁ ଆରମ୍ଭ କରି ଚାଷୀମାନେ ଜଳସେଚନର ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ଏହି ବ୍ୟାରେଜ ର ଶୁଭ ଭର୍ଚୁଆଲ ମୋଡ଼ ରେ ଦେଇଥିବା ବେଳେ ସୁନ୍ଦରଗଡ଼ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ , ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ସ୍ୱତନ୍ତ୍ର ଉନ୍ନୟନ ପତିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ ।
ସୁକିନ୍ଦା ବିଧାୟକ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରିତି ରଞ୍ଜନ ଘଡାଇ , ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ , ତଲସରା ପୂର୍ବତନ ବିଧାୟକ ଡକ୍ତର ପ୍ରଫୁଲ୍ଲ ମାଝୀ ପ୍ରମୁଖ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇଟି ପ୍ରକଳ୍ପ ବାବଦରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

Leave A Reply

Your email address will not be published.