Sushaanta Behera/ଲଣ୍ଡନ ମହିଳା ହକିବିଶ୍ଵ କପ ରେ ପୂର୍ବ ପ୍ରତିଦ୍ୱନ୍ଦୀ ଅୟରଲଣ୍ଡ ସହିତ କ୍ୱାଟରରେ ମୁକାବିଲା କରିବ ଭାରତ। ଦୁଇ ଦଳ ପୂର୍ବରୁ ଗୋଟିଏ ପୁଲ ରେ ରହି ୧ ଟି ମ୍ୟାଚ ଖେଳି ସାରିଛନ୍ତି, ଯେଉଁଥିରେ ଅୟରଲଣ୍ଡ ବିଜୟୀ ହୋଇଥିଲ ।ଉଭୟ ଦଳ ନିଜ ନିଜ ଦୁର୍ବଳ ତା ପତି ଅବଗତ ରହିଥିବା ବେଳେ ନୂତନ ରଣନୀତିକୁ ନେଇ ଅଭ୍ୟାସ ଜାରି ରଖିଛନ୍ତି। ଭାରତ ର ଫରୱାର୍ଡ ଖେଳାଳି ରାଣୀ ରାମ ପଲ ଅଣ୍ଠୁରେ ଆଘାତ ଜନିତ କାରଣ ଯୋଗୁ ବେଷ୍ଟ ଦେଇ ପାରୁ ନଥିଲାବେଳେ ପେନଲଟି କର୍ଣ୍ଣର ସୁଟିଙ୍ଗରେ ମଧ୍ୟ ବିଫଳତା ହାତ ଲାଗୁଛି।
କ୍ରସ ଓଭର ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିଥିବା ଭାରତର ମନୋବଳ ଦୃଢ ରହିଥିବା ବେଳେଏଭଳି ଗୁରୁତ୍ୱପୂର୍ଣ ମ୍ୟାଚରେ ବି ଭାରତୀୟ ଦଳର ରଣନୀତି କଣ ହେବା ଉଚିତ ଆଉ କଣ କଲେ ଭାରତୀୟ ଦଳ ଅଧିକ ଉନ୍ନତ ପ୍ରଦର୍ଶନ କରିପାରିବ ସେ ସମ୍ପର୍କରେ ମତ ନେଇଥିଲୁ ଆନ୍ତର୍ଜାତିକ ଫରୱାର୍ଡ଼ ଖେଳାଳୀ ରୋଜାଲିନ ଡୁଙ୍ଗ ଡୁଙ୍ଗଙ୍କ ବିଶେଷଜ୍ଞ ତଥା ତାଙ୍କ ଅନୁଭୂତିରୁ ପ୍ରତିକ୍ରିୟା ଲୋଡ଼ିଥିଲୁ | ସେ କହିଲେ ଭାରତ ସମୁଦାୟ ୪ ଟି ମ୍ୟାଚ ଖେଳିଛି ସବୁ ମ୍ୟାଚ ରେ ଦୀପଗ୍ରେସ ଏକା ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି।୨୫ ଗଜ ଡ଼ି ବକ୍ସ ଭିତରୁ ଫରୱାର୍ଡ ଖେଳାଳି ଙ୍କୁ ଟେକେଲ କରି ବଲ ବାହାର କରିବା ରେ ସିଦ୍ଧିହସ୍ତ ଦୀପ। ବିଶ୍ୱକପ ରେ ଭାରତ ୪ ଟି ମ୍ୟାଚ ରୁ ୫ ଟି ଗୋଲ ଦେଇ ଥିବା ବେଳେ ୩ ଗୋଲ ବରଣ କରିଛି।ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ଗୋଲ ଦେଇ ପାରି ନାହିଁ । ଭାରତିୟ ଖେଳାଳି ଡି ବକ୍ସ ଭିତରେ ପଶି ପେନଲଟି କାର୍ଣ୍ଣର ଆଣିବରେ ସକ୍ଷମ ହେଉଥିବା ବେଳେ ଗୋଲ ରେ ପରିଣତ କରିବାରେ ବିଫଳ ହେଉଛନ୍ତି। ଭାରତ ପେନଲଟି କର୍ଣ୍ଣର କୁ ଗୋଲ ରେ ପରିଣତ କରିବାକୁ ହେଲେ ଈଂଜେକ୍ଟର ର ପରିବର୍ତ୍ତନ ସହିତ ଭେରୀଏସନ ର ଆବଶ୍ୟକ ତା ଅଛି। ଗୋଲ କିପର ସବିତା ଉନ୍ନତ ଖେଳ ପ୍ରଦର୍ଶନ କରିଛନ୍ତି ତାଙ୍କ ଭଳି ସମସ୍ତ ଖେଳାଳି ସଂଘବଧ ହୋଇ ଖେଳିଲେ ଭାରତ ଆୟରଲଣ୍ଡକୁ ଅତି କମରେ ୨ ଟି ଗୋଲ ମାରି ବିଜୟ ଲାଭ କରି ସେମିଫାଇନାଲ ରେ ପ୍ରବେଶ କରି ପାରିବ।
