ଆରଏସପି ଓବିବିପି ବିଭାଗର ପ୍ରଶଂସନୀୟ ପ୍ରୟାସ : ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ଗୁଣବତ୍ତା ଓ ଉତ୍ପାଦକତାରେ ଉନ୍ନତି ସାଧନ 

0

01-08-18-OBBP.jpg - 83.12 kB

ରାଉରକେଲା/ ସୁଶାନ୍ତ ବେହେରା ସେଲ ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଳାଣ୍ଟ, ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗରେ ଉତ୍ତପ୍ତ ଧାତୁ ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଆଇରନ ଓର  ଲମ୍ପ୍ ସ୍କ୍ରିନିଙ୍ଗ ଓ ଯୋଗାଣ କରିଥାଏ। ବର୍ଷାଦିନରେ ଆଇରନ ଓର ଲମ୍ପ୍ ରେ ଜଳୀୟ ଅଂଶ ବହୁ ପରିମାଣରେ ରହିଥାଏ ଯାହା ସ୍କ୍ରିନିଙ୍ଗ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି କରିଥାଏ । ନିର୍ଦ୍ଧାରିତ ସାଇଜର ଆଇରନ ଓର ଯୋଗାଣ ନହେବା ସ୍ଥଳରେ ବ୍ଳାଷ୍ଟ ଫର୍ଣ୍ଣେସରେ ହାଙ୍ଗିଙ୍ଗ, , ଉଚ୍ଚ କୋକ ହାର ଓ ଜାମିଙ୍ଗ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାର ସମାଧାନ ନିମନ୍ତେ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଏସ ଭଞ୍ଜଦେଓ ଓ ଶ୍ରୀ ଏନ ସି ପାତ୍ର ତଥା ୧୩ ଜଣ ଏସଓଏସଟି ଏବଂ ଜଣେ ଜେଓଟିଏ, ସିଭିଲ ଇଞ୍ଜିନିୟରିଂ ସର୍ଭିସେସ ଏବଂ ଡିଜାଇନ ବିଭାଗର ସହଯୋଗରେ ଭାଇବ୍ରେଟିଙ୍ଗ ସ୍କ୍ରିନ ଲେଭେଲରେ ଉଚ୍ଚଚାପ ଯୁକ୍ତ ଜଳ ପ୍ରବାହ ଦ୍ଵାରା ଆଇରନ ଓର ୱାସିଙ୍ଗ ସିଷ୍ଟମ ସ୍ଥାପନା କରିଥିଲେ। ଏହି ନୂତନ ବ୍ୟବସ୍ଥାରେ ଆଇରନ ଓରରୁ ଅନୁପଯୋଗୀ ପଦାର୍ଥଗୁଡିକୁ ଧୁଆଯିବା  ସହିତ ସାଇଜ ଓର ଗୁଡିକୁ ବ୍ଳାଷ୍ଟ ଫର୍ଣ୍ଣେସକୁ ପ୍ରେରଣ କରାଯାଇପାରୁଛି। 

ଏହି ଆଂଶିକ ପରିବର୍ତ୍ତନ ସହିତ , ସ୍କ୍ରିନିଙ୍ଗ ସମୟ ହ୍ରାସ ପାଇପାରିଛି ଏବଂ ସାଇଜ ଓର ଗୁଡିକର ମାନରେ ଉନ୍ନତି ସାଧନ ହୋଇପାରୁଛି। ଏତଦବ୍ୟତୀତ ସାଇଜ ଓରରେ ଲୌହ ଅଂଶରେ ଉନ୍ନତି ହେବାସଙ୍ଗେସଙ୍ଗେ ଆଲୁମିନା ଓ ସିଲିକା ପରିମାଣ ହ୍ରାସ ପାଇପାରିଛି, ଯଦ୍ଦ୍ଵାରା ବ୍ଳାଷ୍ଟ ଫର୍ଣ୍ଣେସରୁ ଉତ୍ପନ୍ନ ଉତ୍ତପ୍ତ ଧାତୁର ମାନରେ ଉନ୍ନତି ଘଟିଛି। 

ଓବିବିପି ବିଭାଗରେ ଜୁଲାଇ ୨୭ ତାରିଖରେ ‘ଉତ୍କର୍ଷ’ ଯୋଜନା ଅଧୀନରେ ଏକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲେ। ଏହି ଉତ୍ସବରେ ଉକ୍ତ ପ୍ରଶଂସନୀୟ କାର୍ଯ୍ୟ ସମ୍ପନ୍ନ କରିଥିବା ୧୯ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରଯାଇଥିଲା। ଓବିବିପି ବିଭାଗର ଜିଏମ, ଶ୍ରୀ ଅରବିନ୍ଦ ମିଶ୍ର ସମସ୍ତ କର୍ମଚାରୀଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଡ଼ିଜିଏମ ଅପରେସନ, ଶ୍ରୀ ଏନ କେ ମଣ୍ଡଲ, ଏଜିଏମ, ଶ୍ରୀ ଏସ ସି ମହାନ୍ତି ତଥା ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆଧୂନିକୀକରଣ ଅଞ୍ଚଳର ଶ୍ରମ ନିରିକ୍ଷକ, ଶ୍ରୀ ଏସ କେ ମେୱା ସଂଯୋଜନା କରିଥିଲେ। 

 

Leave A Reply

Your email address will not be published.