ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ପାଇକମାଳ ଓ ଦଳଦଳୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳଦଳୀ ଦଳ ବିଜୟୀ ହୋଇଥିଲେ ଦ୍ବିତୀୟ ସେମିଫାଇନାଲ ସୋନପୁର ଓ ପାଟଣାଗଡ଼ ମଧ୍ୟରେ ହୋଇଥିଲା ଯେଉଁଥିରେ ପାଟଣାଗଡ଼ ଦଳର ବିଜୟୀ ହୋଇଥିଲେ । ଫାଇନାଲ ମ୍ୟାଚ ଦଳଦଳୀ ଦଳ ଓ ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଦଳଦଳୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ଓ୍ବିକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲେ ଯାହାର ଯବାବରେ ପାଟଣାଗଡ଼ ଦଳ ୧୦ ଓଭରରେ ୬ ଓ୍ବିକେଟ ହରାଇ ୯୫ ରନ ସଂଗ୍ରହ କରି ୪୧ ଧନରେ ପରାଜିତ ହୋଇଥିଲେ । ଖଇରପାଲି ଜୟ ଜଗନ୍ନାଥ କମିଟି ର ସଭାପତି, ସମ୍ପାଦକ ଓ କମିଟି ସଦସ୍ୟ ଏବଂ ସୁରେଶ କୁମାର ସାହୁ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।
ଦଳଦଳୀ ଦଳର ମାନସ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ପାଟଣାଗଡ଼ ଦଳର ସୁରଜଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚରେ ମିଟୁ,ସୁନୀଲ, ଆନନ୍ଦ, ଧାରା ବିବରଣୀ କରି ଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ,ହନୁ ଖେଳ ପରିଚାଳନା କରିଥିଲେ।ସାନୁ,ଚନ୍ଦନ, ଗୋକୁଳ, ଝସ,ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ, ଦୟା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.