କୃଷ୍ଣଚନ୍ଦ୍ର ,ଦୁର୍ଯ୍ୟୋଧନ ୭ ଦିନିଆ ରିମାଣ୍ଡରେ, ବିଜେପି ନେତା ଗୋଲୋକ ଅଡୁଆରେ 

0

ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲା 

ଗୋଲୋକ ଗଂଜାମ ପ୍ରଭାରୀ,କୃଷ୍ଣଚନ୍ଦ୍ରଙ୍କ ସହ କଥା ହୋଇଥାଇ ପାରନ୍ତି :ଧର୍ମେନ୍ଦ୍ର 

Image result for golok mohapatra-krushnachandra nayak

ବ୍ରହ୍ମପୁର/ଭୁବନେଶ୍ୱର : ବିଜେପି ନେତା ଗୋଲୋକ ମହାପାତ୍ରଙ୍କ ପ୍ରତି ଅଡୁଆ ବଢୁଛି ! ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ତାଙ୍କ ନାମ ନେଇଛନ୍ତି ଓ ତାଙ୍କ ବି ଫେରାର ହେବା ପାଇଁ ପରାମର୍ଶ ଦେଇଥିଲେ ବୋଲି ଅଭିଯୋଗ ହେଉଛି ! ପୋଲିସ ଦୁଇ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଏହାରି ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଗୋଲୋକ ହେଉଛନ୍ତି ଗଂଜାମ ପ୍ରଭାରୀ, ସେ କୃଷ୍ଣଚନ୍ଦ୍ରଙ୍କ ସହ କଥା ହୋଇଥିବେ । ପୋଲିସ ରାଜ୍ୟ ସରକାରଙ୍କର, ସେ ତଦନ୍ତ କରୁ । ଦୁଧ ଦୁଧ, ପାଣି ପାଣି ଆଲଗା ହୋଇଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ୭ଦିନିଅ। ରିମାଣ୍ଡରେ ନେବା ଲାଗି ପୋଲିସକୁ ଅନୁମତି ଦେଇଛନ୍ତି । ଏମାନଙ୍କୁ ଅ।ସନ୍ତା ୩୧ତାରିଖରୁ ରିମାଣ୍ଡରେ ନେଇ ପୋଲିସ୍ ଘଟଣାସମ୍ପର୍କରେ ଅଧିକ ପଚରାଉଚରା କରିବ । ଗତକାଲି ପୋଲିସ୍ ଉଭୟଙ୍କୁ ଉତରାଖଣ୍ଡରୁ ଗିରଫ କରିବା ପରେ କୋର୍ଟ ·ଲାଣ କରିଥିଲା । ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଅଡୁଆରେ ପଡ଼ିଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବିଜେପିର ସ୍ଥାନୀୟ ନେତା କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀ ଶନିବାର ଗିରଫ ହେବା ପରେ ଗୋଲକଙ୍କ ନାମ ନେଇଛନ୍ତି ବୋଲି ପୁଲିସ୍‌ କହିଛି। ସୂଚନା ଅନୁସାରେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି। ଘଟଣା ପରେ ଦୁର୍ଯ୍ୟୋଧନଙ୍କ ସହିତ କୃଷ୍ଣଚନ୍ଦ୍ର କଟକ ପଳାଇ ଯାଇ ସେଠାରୁ କୋଲକାତା ଯାଇଥିଲେ। କୋଲକାତାରେ ୧୦ରୁ ୧୨ ଦିନ ରହିବା ପରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ। ଗୋଲାକ ଡେରାଡୁନ ଯିବାକୁ ପରାମର୍ଶ ଦେଇଥିଲେ ବୋଲି ଅଭିଯୁକ୍ତ କହିଛନ୍ତି। ଡେରାଡୁନରେ ପହଞ୍ଚିବା ପରେ ସେଠାରେ କୌଣସି ଜଣେ ବ୍ୟକ୍ତି ଲଜ୍‌ ଠିକ୍‌ କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୧୬ତାରିଖରେ କାଉନସିଲର ଲକ୍ଷ୍ମୀଦତଙ୍କୁ ତାଙ୍କ ଘର ସମ୍ମୁଖରେ ସଂଘବଦ୍ଧ ଅ।କ୍ରମଣ କରି ହତ୍ୟା କରାଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ୧୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ୍ । ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ବିଜେପି ନେତା କୃଷ୍ଣ ଏବଂ ଦୁର୍ଯ୍ୟୋଧନଙ୍କୁ ଧରିବା ପାଇଁ ଗଞ୍ଜାମ ପୋଲିସ ୩ଟି ଟିମ୍ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ଜାଲ ବିଛାଇଥିଲା । ଶେଷରେ ଉତରାଖଣ୍ଡରୁ ଏହି ୨ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଥିଲା । 

 

Leave A Reply

Your email address will not be published.