୩୫ ତମ ଆନ୍ତ ରାଜ୍ୟ ଦିବାକର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଏମବିସିକୁ ୪-୦ ରେ ହରାଇ ତୁଳସୀ କ୍ଲବ୍ କଟକ ଚାମ୍ପିୟନ

ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ସ୍ଥିତ ସୁଙ୍ଗୁଡ। ଠାରେ ନୀଳମଣି ମିନି ଷ୍ଟାଡିୟମ ପରିସରରେ ଶ୍ରୀ ଗଣେଶ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ୩୫ ତମ ଆନ୍ତ ରାଜ୍ୟ ଦିବାକର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଆୟୋଜିତ ହୋଇଯାଇଛି। ଆୟୋଜିତ ଫାଇନାଲ ମ୍ୟାଚ ଟି ତୁଳସୀ କ୍ଲବ୍ କଟକ ଓ ଏମ୍ ବି ସି କ୍ଲବ୍ ରାଜଘାଟ ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା। ଆଜିର ମ୍ୟାଚ୍ ରେ ଅତିଥି ଭାବ ରେ ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ, ଶ୍ରୀଯୁକ୍ତ ଗୌତମ କୁମାର ଚାନ୍ଦ, ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାୟକ ଯୋଗ ଦାନ କରିଥିଲେ। ଶ୍ରୀ ଗଣେଶ କ୍ଲବ୍ ର ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ ଚନ୍ଦ୍ର ବେହେରା ଓ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ , ଉପ ସଭାପତି ଦେବ ଦର୍ଶନ ଦାସ, ଉଦୟ ଜେନାଓ କ୍ଲବ୍ ର ସମସ୍ତ ସଦସ୍ୟଙ୍କ ସହଯୋଗ ରେ ମ୍ୟାଚ ଅନୁଷ୍ଟିତ ହୋଇଥିଲା। ରେଫରି ଭାବରେ ମାନସ ବିଶ୍ଵାଳ ଙ୍କ ସହ ଶ୍ୟାମ ସୁନ୍ଦର ବାସ୍କର୍, ରାମ ଚନ୍ଦ୍ର ହାଂସଦା ପରିଚାଳନା କରିଥିଲେ। ଆଜିର ଉଦ୍ ଜାପାନୀ ମ୍ୟାଚ୍ ରେ ଏମ୍ ବି ସି ରାଜଘାଟ କୁ ୪-୦ ଗୋଲ ରେ ତୁଳସୀ କ୍ଲବ୍ କଟକ ପରାସ୍ତ କରିଥିଲା। ବିଜୟୀ ଦଳ କୁ ଟ୍ରଫି ସହ ଦଶ ହଜାର ଟଙ୍କା ଓ ରନର୍ସ ଅପ ଦଳ କୁ ଟ୍ରଫି ସହ ସାତ ହଜାର ଟଙ୍କା ପ୍ରଦାନ କରାଯାଇଛି।

Leave A Reply

Your email address will not be published.