ସିମୁଳିଆ (ଅକ୍ଷୟ କୁମାର ଜେନା) : ଖେଳ ଦ୍ଵାରା ଶାରୀରିକ ଏବଂ ମାନସିକ ସ୍ଥର ରେ ଦେହ ଫିଟ୍ ରହିବା ସଙ୍ଗେ ସଙ୍ଗେ ମନ ମଧ୍ୟ ପ୍ରଫୁଲ୍ଲ ରହି ଥାଏ। ଏବେ ଅନେକ ଜାଗାରେ ଗ୍ରାମାଞ୍ଚଳ କ୍ରିକେଟ୍ ଟୁର୍ ନା ମେଣ୍ଟ ଅନୁଷ୍ଠିତ କରାଯାଇ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକ ମାନଙ୍କୁ ଢେର୍ ମନୋରଞ୍ଜନ ର ଖୋରାକ ଯୋଗାଇ ପାରୁଛି। ଏହିପରି ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକର ବଙ୍ଗାଳପୂର୍ ଠାରେ ଦୀର୍ଘ ତିରିଶି ବର୍ଷ ଧରି ବି ଏସ କ୍ଲବ୍ ଦ୍ଵାରା କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଆସୁଛି। ବହୁ ଦର୍ଶକ ସମାଗମ ରେ ଏହା କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଠୁ କମ୍ ନୁହଁ ବୋଲି ଆଖ ପାଖ ଅଞ୍ଚଳ ରେ ବିବେଚନା କରାଯାଏ। ଏଥର ୩୦/୧୨/୨୧ ରୁ ଆରମ୍ଭ ହୋଇ ୯/୧/୨୨ରେ ଶେଷ ହେବାକୁ ଥିବା ଏହି ମେଗା କ୍ରିକେଟ୍ ଟୁରନାମେଣ୍ଟ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ସିମୁଳିଆ ଏସ ବି ଆଇ ର ମ୍ୟାନେଜର ସମର ବଲ୍ଲବ୍ ପଣ୍ଡା ଏବଂ ଶିକ୍ଷା ବିତ୍ ନୃସିଂହ ମିଶ୍ର ପ୍ରଥମ ଦିନ ରେ ଖେଳାଳି ଙ୍କୁ ଉସ୍ଥାହିତ୍ କରିବା ସହ ଜଣେ ବୟସ୍କ ସ୍ଥାନୀୟ ଲୋକ ସୁରେନ୍ଦ୍ର ଜେନା ଫିତା କାଟି ଖେଳ ପ୍ରାରମ୍ଭ ସୂଚନା ଦେଇଥିଲେ। ଏଥିରେ ସଭାପତି ଉପେନ୍ଦ୍ର ମଲିକ୍। ସମ୍ପାଦକ ମହେଶ୍ୱର ଦଳେଇ ବିଶେଷ ସହାୟକ ସୁଶାନ୍ତ ମହାନ୍ତି ତତ୍ ସହ କ୍ଲ ବ୍ ର ସମସ୍ତ ସଦସ୍ୟ ବୃନ୍ଦ ଯଥା ବଣ୍ଟି, ଜଗ, ମଣ୍ଟୁଆ, ରଶ୍ମି, ଲିପୁ, ଅନନ୍ତ, ବଗ, ଗଙ୍ଗା, ଟୁକୁ, ବିପିନି ପ୍ରମୁଖ ସାହାଯ୍ୟ ସହୋଜୋଗ ରେ ଏହା ସମ୍ପାଦିତ ହୋଇଥାଏ । ଏବଂ ବିଜେତା ଦଳ ୨୦୦୦୦ ଟଙ୍କା ଜିତିବା ସହ ପରାଜିତ ଦଳ ୧୨୦୦୦ ଟଙ୍କା ମୋଟା ରକମର ରାଶି ହାତେଇ ବା ସହ ସତରେ ବଡ଼ ରୋଚକଦାର୍ ଖେଳ ଏବଂ ଉଚ୍ଚ କୋଟୀର ଖେଳ ଦେଖିବାକୁ ମିଳେ ଏ ପଡ଼ିଆରେ।
Sign in
Sign in
Recover your password.
A password will be e-mailed to you.
Next Post