ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୃଷ୍ଟିହୀନ ବାଧିତ ଅନୁଷ୍ଠାନ “ସମର୍ଥ” ପକ୍ଷରୁ ଅନୁଷ୍ଠାନର ଭୌତିକ ଚିକିତ୍ସା ଓ ଥଇଥାନ କେନ୍ଦ୍ର ଠାରେ ମଙ୍ଗଳବାର ଦିନ ବିଶ୍ୱ ବ୍ରେଲି ଦିବସ ଏବଂ ବ୍ରେଲି ଲିପିର ଉଦ୍ଭାବକ ଲୁଇସ ବ୍ରେଲିଙ୍କ ୨୧୩ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଦୃଷ୍ଟିହୀନ ବାଧିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଏବଂ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରେଲ ଲିପିର ମହତ୍ଵ ସମ୍ପର୍କରେ କହି ଏହା ଦୃଷ୍ଟିହୀନଙ୍କ ପାଇଁ କିଭଳି ଆବଶ୍ୟକତା ରହିଛି ଏବଂ ଏହାର ଉଦ୍ଭାବନର ଉପାଦେୟତା ଦ୍ୱାରା ସାରା ବିଶ୍ବର ଦୃଷ୍ଟିହୀନ ବାଧିତ ବ୍ୟକ୍ତି ମାନେ ଉପକୃତ ହୋଇ କିଭଳି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢି ପାରିଛନ୍ତି ଏବଂ ମହାତ୍ମା ଲୁଇସ ବ୍ରେଲି , ଏହି ବ୍ରେଲ ଲିପି ଉଦ୍ଭାବନ କରି ସମଗ୍ର ବିଶ୍ୱକୁ କିଭଳି ଏକ ବଡ଼ ଦିଗଦର୍ଶନ ଦେଇ ଯାଇଛନ୍ତି ତାହା କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ରହି ଆଧୁନିକ ଯୁଗର ଟେକନୋଲୋଜିକୁ ଗ୍ରହଣ କରିବା ସହିତ ବ୍ରେଲି ଲିପି ଶିଖିବାର ଆବଶ୍ୟକତା ଉପରେ କହି ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଜୀବିକା ଦିଗରେ ସମସ୍ତଙ୍କୁ ଯୋଡି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ ପ୍ରୟାସ କରିବାକୁ ସମର୍ଥର ମୁଖ୍ୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।
ଦୃଷ୍ଟିହୀନ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବ୍ରେଲି ଆମର ମୂଳଦୁଆ। ଏହାକୁ ଶିଖିଥିବା ଦୃଷ୍ଟିହୀନ ବ୍ୟକ୍ତି କେବେ କେଉଁଠି ଧୋକା ପାଇବେ ନାହିଁ ବୋଲି କହିଥିଲେ ।
ସମ୍ପାଦକ ଶ୍ରୀ ସନ୍ତୋଷ ମହାରଣା କାର୍ଯ୍ୟକ୍ରମରେ ସଂଯୋଜନା କରି ମହାତ୍ମା ଲୁଇସ ବ୍ରେଲି ଯଦି ଏହି ବ୍ରେଲି ଲିପି ଉଦ୍ଭାବନ କରି ନ ଥାନ୍ତେ , ତାହେଲେ ସାରା ବିଶ୍ୱର ଦୃଷ୍ଟିହୀନ ବ୍ୟକ୍ତି ମାନେ କୌଣସି କ୍ଷେତ୍ରରେ ହେଲେ ମଧ୍ୟ ଆଗକୁ ବଢି ପାରି ନ ଥାନ୍ତେ କହି ସମର୍ଥ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।
ସମର୍ଥ ଅନୁଷ୍ଠାନର ପିଲାମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ବ୍ରେଲ ଲିପିର ଉଦ୍ଭାବକ ମହାତ୍ମା ଲୁଇସ ବ୍ରେଲିଙ୍କ ୨୧୩ତମ ଜୟନ୍ତୀ ଅବସରରେ ସମସ୍ତଙ୍କ ଗହଣରେ କେକ୍ କଟାଯିବା ସହ ବ୍ରେଲି ଦିନ ପଞ୍ଜିକା-୨୦୨୨ର ଉନ୍ମୋଚନ ମୁଖ୍ୟଅତିଥି ଉପଜିଲ୍ଲାପାଳ ଶ୍ରୀ ମହାରଣାଙ୍କ ଦ୍ଵାରା ହୋଇଥିଲା।
ପରେ ମଞ୍ଚାସୀନ ଅତିଥି ମାନେ ଦୃଷ୍ଟିହୀନ ପିଲାମାନଙ୍କୁ ଧଳା ଆଶାବାଡି , ବ୍ରେଲି ପଞ୍ଜିକା ଓ ସଙ୍ଗୀତ ପ୍ରତିଯୋଗିତାର ପ୍ରମାଣପତ୍ର ବଣ୍ଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post