ନୂଆ ବର୍ଷ କୁ ଭିନ୍ନ ଢଙ୍ଗରେ ପାଳନ କଲେ ସମାଜସେବୀ

0

ବାସୁଦେବପୁର/ପ୍ରତାପ ପାଢୀ- ନବ ବର୍ଷ ଆସିଲେ ଖୁସି ଓ ଆନନ୍ଦର ଲହରୀ ଖେଳି ଯାଏ ଯୁବ ପିଢ଼ିଙ୍କ ମଧ୍ୟରେ ସମସ୍ତେ ଖୁସି ଓ ଆନନ୍ଦରେ ନବ ବର୍ଷ ପାଳନ କରୁଥିବା ବେଳେ ସାଇ କ୍ରିଷ୍ଣ ସହାୟତା ଫାଉଣ୍ଡେସନ ର ସଭାପତି ସାଇ ବାଦଲ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ନବ ବର୍ଷ କୁ। ସେ ବୃଦ୍ଧାଶ୍ରମରେ ଶୁଖିଲା ଖାଦ୍ୟ ସହ କିଛି ଆନୁସଙ୍ଗିକ ସାମଗ୍ରୀ ପ୍ରଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସାଇବାଦଲ୍ ଙ୍କ ସହ ଯୁବ ସମାଜସେବୀ ଦିଲ୍ଲୀପ୍ ବାରିକ ବାସୁଦେବପୁର ସ୍ଥିତ ବୃଦ୍ଧାଶ୍ରମରେ ପହଂଚି କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ଏବଂ ଆଗକୁ ଏହିପରି କାର୍ଯ୍ୟ ଜାରି ରହିବାକୁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.