ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋଭିଡ଼ର ଦ୍ବିତୀୟ ପର୍ଯ୍ୟାୟରେ ଏକ ବିହାରୀ ମହିଳା ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ତାଙ୍କର ଦୁଇଗୋଟି ଝିଅ ବୟସ ୫ ବର୍ଷ ଏବଂ ୭ ବର୍ଷ ସହିତ ମୋହନା ପୋଲିସ ଦ୍ବାରା ଧରାପଡ଼ି ପାରଳାଖେମୁଣ୍ଡି ସବ-ଜେଲ୍ ରେ ବିଚାରଧିନ ବନ୍ଦିନୀ ହିସାବରେ ରହି ଆସୁଛନ୍ତି । ତାଙ୍କ ସହିତ ତାଙ୍କର ଉପରୋକ୍ତ ଦୁଇଟି ଝିଅ ମଧ୍ୟ ଜେଲରେ ରହି ଆସୁଥିଲେ।
ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଜେଲ ପରିଦର୍ଶନ ସମୟରେ ଉପରୋକ୍ତ ଦୁଇ ଛୁଆ ଜେଲରେ ରହିବା କଥା ନଜରକୁ ଆସିବା ସହ ସେମାନଙ୍କର ଅଧିକାର ଏବଂ ଯତ୍ନ ଉପରେ ବାଧାପ୍ରାପ୍ତ ହେବା କଥା ମଧ୍ୟ ନଜରକୁ ଆସିଥିଲା। ଏହାପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଏବଂ ଆରକ୍ଷୀ ଅଧିକ୍ଷକ, ଗଜପତି ଶ୍ରୀଯୁକ୍ତ ଜୟରାମ ଶତପଥିଙ୍କ ସହଯୋଗ ଓ ଶିଶୁ ମାନଙ୍କର ମାଁ ର ପ୍ରାର୍ଥନା କ୍ରମେ ଶିଶୁ ମାନଙ୍କୁ ବିହାର ପ୍ରଦେଶର ପାଟନା ଜିଲ୍ଲାରେ ରହୁଥିବା ସେମାନଙ୍କର ଆଇଙ୍କ ପାଖକୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା।
ପରବର୍ତ୍ତୀ ସମୟରେ ଶିଶୁ ମାନଙ୍କର ଆଇଙ୍କର ଚରିତ୍ର ଏବଂ ଘରୋଇ ବିବରଣୀ ପ୍ରଦାନ କରିବା ପାଇଁ ପାଟନା ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା । ସେମାନଙ୍କ ଠାରୁ ସବୁଜ ସଙ୍କେତ ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ଜିଲ୍ଲା ପୋଲିସ୍ ସହାୟତାରେ ସ୍ଥାନାନ୍ତରତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।
ଏହା ଭିତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ନିକଟରେ ପିଲାମାନଙ୍କୁ ଉପସ୍ଥାପନ କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଗ୍ରହଣ କରାଯାଇଥିଲା।
ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତିର ସାମାଜିକ କର୍ମି ଶ୍ରୀଯୁକ୍ତ ନରେଶ କୁମାର ନାୟକଙ୍କ ନେତୃତ୍ବରେ ଦୁଇଜଣୀୟ ମହିଳା କନେଷ୍ଟବଳଙ୍କ ସହାୟତାରେ ଶିଶୁ ମାନଙ୍କୁ ଆଜି ପାଟନାର ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇଛି । ଏଥିରେ ସବ୍-ଜେଲ, ପାରଳାଖେମୁଣ୍ଡିର ସୁପରିଟେଣ୍ଡଣ୍ଟ ଶ୍ରୀଯୁକ୍ତ ହନୁମନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.