ସଂଚାର ଓ ପାଲା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ।

0

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁକୁରାମୁଣ୍ଡା ତରଫରୁ ୭ଟି ଗ୍ରାମ ପଞ୍ଚାୟତ ପାଇଁ ଆସିଥିବା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାର ମହାସଂଘ ସାଧାରଣ ସମ୍ପାଦକ ଶ୍ରୀ ଲଲିତ ଜଗତ ସେହି ପଞ୍ଚାୟତ ର କଳାକାର ମାନଙ୍କୁ ଡାକି ବଣ୍ଟନ କରିଥିଲେ l ମାଣ୍ଡୋସିଲ,ଛେତଗାଁ, ମାଣ୍ଡିଆଢିପା,ମିଠାପାଲି,ପଲସଦା, ବାଦିକଟା,ଛିନ୍ଦେଇକେଲା ରେ କଳାକାର ମାନେ ନିଜ ନିଜ ପଞ୍ଚାୟତ ରେ ସୁନ୍ଦର ଭାବେ କଳା ପରିବେଷଣ କରିଥିଲେ l ମାଣ୍ଡୋସିଲ ପଞ୍ଚାୟତ ଠାରେ ସ୍ଥାନୀୟ ଉପାୟ ସାଂସ୍କୃତିକ ଅନୁଷ୍ଠାନ ର ଲଲିତ ଜଗତ,ଦୁଲପ୍ ହରିପାଲ୍ କପୁର ଚନ ଛତର କଳାକାର ମାନେ ସଂଚାର ମାଧ୍ୟମରେ ମାତୃ ସ୍ୱାସ୍ଥ୍ୟ ଉପରେ କଳା ପ୍ରଦର୍ଶନ କରିଥିଲେ l ମହିଳା ସ୍ଵାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା,ଆଶା କର୍ମୀ ଆହ୍ଲାଦିନୀ ଭୋଇ,ବସୁମତୀ ଲୁହାର, ଗୀର୍ଜା ବାଗ,ଅଙ୍ଗନୱାଡି କର୍ମୀ ମାଳତୀ ମହାନନ୍ଦ,ହାରାବତୀ ଡନସନା,ମାଳତୀ ଭୋଇ, ମଞ୍ଜୁସା ମାଝୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.