ମେଲଛାମୁଣ୍ଡା ଇଲେକ୍ଟ୍ରି ଅଫିସ ଘେରିଲେ ଚାଷୀ

0

ମେଲଛାମୁଣ୍ଡା(ଶାସକ ପ୍ରଶାସକ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଟାଟ ପାଓାର ଦ୍ୱାରା ପରିଚାଲିତ ଇଲେକ୍ଟ୍ରି ସେକସନ ଅଫିସକୁ ସାଲେପାଲି ଏବଂ ବିଜାପାଲି ଗ୍ରାମର ଶତାଧିକ ଡିପ ବୋରେଓଲ ଚାଷୀ ବକେୟା ବିଦ୍ୟୁତ ବିଲ ଛାଡ ଦାବୀକୁ ନେଇ ସୋମବାର ଦିନ ଅପରାହ୍ନ ପର୍ଯ୍ୟନ୍ତ ଘେରାଓ କରିଥିଲେ । ଖବର ପାଇ ପଦ୍ମପୁର ସବଡିଭିଜନାଲ ଇଲେକ୍ଟ୍ରି ଅଫିସର ସୁଜିତ ବେହେରା, ମେଲଛାମୁଣ୍ଡା ଥାନାଧିକାରୀ ଦୁର୍ଗାମାଧବ ପଧାନଙ୍କ ସହ ଘେରାଉ ସ୍ଥଳରେ ପହଂଚି ଉପସ୍ଥିତ ପଂଚାନନ ଦଳପତୀ, କିଶୋର ଦେବତା, ବାବାଜୀ ପଧାନ, ଚୈତନ୍ୟ ବେହେରା, ବିଜାପାଲି ସରପଂଚ ସୁଦାମ ସାହୁ, ଆନନ୍ଦ ଦିଶ୍ରୀ, ଦିବ୍ୟ ପଧାନ ପ୍ରମୁଖ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାର ନିଷ୍ପତିକ୍ରମେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ବକେୟା ବିଦ୍ୟୁତ ବିଲର ସର୍ବମୋଟ ଦଶ ହଜାର ଟଙ୍କା ପଇଠ ପାଇଁ ସହମତି ପ୍ରକାଶ ପାଇବାରୁ ଚାଷୀମାନେ ଘେରାଉରୁ ହଟିଥିଲେ । ପ୍ରକାଶ ଯୋଗ୍ୟ ଯେ ଚଳିତ ବର୍ଷ ମରୁଡି ସାଙ୍ଗକୁ ଅଦିନିଆ ବର୍ଷା ଏବଂ କରକା ମାଡ ଚାଷୀଙ୍କ ଅଂଟା ନଇ ପଡିଥିବା ବେଲେ ବିଦ୍ୟୁତ ବିଭାଗର ବକେୟା ବିଲ ଆଦାୟ ଚାଷୀଙ୍କ ପାଇଁ ବୋଝ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି ।

Leave A Reply

Your email address will not be published.