ଆଦିବାସୀ ସମାଜ ସମାଜ କାଶୀପୁର ତରଫରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

0

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ର ଆଦିବାସୀ ସମାଜ ତରଫରୁ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ସରକାରଙ୍କ ଟାଳ ଟୁଳ ନୀତିକୁ ବିରୋଧ କରି ପୁନଃ ବିଚାର କରି ଉଚିତ ସଂରକ୍ଷଣ କରିବାକୁ ଜିଲ୍ଲା ନୁର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀ ପତ୍ର ଏକ ପ୍ରତିନିଧି ଦଳ ପ୍ରଦାନ କରୁଛନ୍ତି। ଦାବୀ ପତ୍ରର ମୁଖ୍ୟ ଦିଗ ହେଲା କାଶୀପୁର ବ୍ଲକର ତିନୋଟି ଯାକ ଜିଲାପରିସଦ ଯୋନ ର ସବୁ ଆସନକୁ ଅଣ ସଂରକ୍ଷିତ କରି ଥିବାରି ସଂରକ୍ଷିତ ଆଦିବାସୀ ମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି ତେଣୁ ଏହାର ପୁନଃ ବିଚାର କରି ଆଦିବାସୀଙ୍କୁ ସୁଯୋଗ ଦିଆଯାଉ ବୋଲି ସମାଜର ଆବାହକ ଉପେନ୍ଦ୍ର ମାଝୀ ସମାଜ ତରଫରୁ ଦାବୀ ଜଣାଇଛନ୍ତି। କାଶୀପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଅଟେ। ଏଥିରେ ଦଳିତ ସଂଖ୍ୟା ୭୦.୫୪୨ ତନ୍ମଧ୍ୟରୁ ପୁରୁଷ ୩୪.୦୫୯ ମହିଳା ୩୬.୪୮୩ ଆଦିବାସୀ ଶତକଡା ୫୮.୫୧ ହୋଇଥିବା ବେଳେ ହରିଜନ ୧୪.୬୦୨ ୨୦%ରୁ ଉର୍ଦ୍ଧ ଅଟେ ଜନଗଣନା ୨୦୧୧ ଅନୁସାରେ କୁହାଯାଇଛି। ନଭେମ୍ବର ୨୦୨୧ ରେ ଉଚ୍ଚତମ ନ୍ୟାୟାଳୟ ଏକ ସୁଣାଣୀରେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କି ସଂରକ୍ଷଣ ର ପୁନଃ ସର୍ବେକ୍ଷଣ କରି ନୂତନ ଭାବରେ କରାଯାଉ, କିନ୍ତୁ ତାର ପୁନଃ ବିଚାର ହେଲାନି ବୋଲି ଆଦିବାସୀ ସମାଜ ଅଭିଯୋଗ କରିଛନ୍ତି। ଏହା ଆମ ପ୍ରତି ଅନ୍ୟାୟ ଅଟେ ବୋଲି ପୂର୍ବତନ ବିଧାୟକ ବିଭୀଷଣ ମାଝୀ କହିଛନ୍ତି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ୦୮ /୧୦/୨୧ ତାରିଖରେ ଆସନ ଘୋଷଣାକୁ ସାର୍ବଜନୀନ କରିବା ଦେଖି ଆମେ ମର୍ମାହତ ଅଟୁ ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଦଳିତ ସମାଜକୁ ଉପେକ୍ଷା ବୋଲି ମତ ପ୍ରକାଶ କରିଛନ୍ତି। ବିର୍ବାଚନ ଅଧିକାରୀ ଙ୍କ ପତ୍ର ସଂଖ୍ୟା ୮୮୨/ଫର୍ମ ନମ୍ବର ୨(୬-୭)ଜିଲାପରିସଦ ଖସଡ଼ା ଅନୁସାରେ(କ)ଯୋନର ମାନ୍ଦିବିସି ,ସୁଙ୍ଗେର, ଅଡାଜୋର,ଚନ୍ଦ୍ରଗିରି, ମନୁଷ୍ଗାଁ, କାଶୀପୁର, ତଲାଝିରି, ସୁନ୍ଦରଘାଟି, କୁମ୍ଭରସିଳା ପଞ୍ଚାୟତରେ ଦଳିତ ମହିଳା ସଂରକ୍ଷିତ ଥିବା ବେଳେ ସେଠାରେ ଅନୁସୂଚିତ ଜାତି ସଂଖ୍ୟା ୧୦.୯୯୫ ଜନଜାତି ୨୬.୮୯୫ ଅନୁସୂଚିତ ଜାତି ମାତ୍ର ୧୧.୭୭୯ ରହିଥିବା ବେଳେ ଏଠାରେ କିପରି ଅନୁସୂଚିତ ଜାତିକୁ ସଂରକ୍ଷଣ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଆଗାମୀ ଦିନରେ ଏହାର ବିଚାର କରି ନିର୍ବାଚନ କଲେ ସମସ୍ତଙ୍କୁ ନ୍ୟାୟ ମିଳନ୍ତା ତେଣୁ ପୁନଃ ବିଚାର କରାଯାଉ ବୋଲି ବୁଦ୍ଧିଜୀବୀଙ୍କ ମତ। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ଜିଲାପରିସଦ ସଭ୍ୟ କମଳ ସମତା, ଓ ଅନ୍ୟ ସଦସ୍ୟ ଥିଲେ।

Leave A Reply

Your email address will not be published.