ବନପାଳଙ୍କ ବଦାନ୍ୟତା: ଯୁବକ ସଂଘକୁ ଖେଳ ପଡିଆ ଭେଟି ସହ ବୃକ୍ଷରୋପଣ

0

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ପଂଚାୟତ ଅର୍ନ୍ତଗତ ର୍କୁଲୁବାହାଲ ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘକୁ ବନପାଳ ଅଶ୍ୱନୀ ଭୋଇ ନିଜସ୍ୱ ଉଦ୍ୟମରେ ଏକ ଖେଳ ପଡିଆ ପ୍ରସ୍ତୁତ କରି ଭେଟି ଦେଇଛନ୍ତି । ବନପାଳଙ୍କ ଉଦ୍ୟମକୁ ଗ୍ରାମବାସୀ ଭୁୟସି ପ୍ରଂଶସା କରିବା ସହ ଯୁବକ ସଂଘ ତରଫରୁ ବନପାଳ ଶ୍ରୀ ଭୋଇଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଗ୍ରାମର ବୟୋଜ୍ୟେଷ୍ଠ ଅକ୍ଷୟ ଭୋଇଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ପ୍ରକୃତିବନ୍ଧୁ ମିନକେତନ ସାହୁ ମୁଖ୍ୟ ଅତିଥି ଏବଂ ବନପାଳ ଅଶ୍ୱନୀ ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବନପାଳ ଶ୍ରୀ ଭୋଇଙ୍କୁ ଉପଡୌକନ ଦେଇ ସମ୍ମାନୀତ କରିବା ସହ ବନପାଳଙ୍କ ଏହି ବଦାନ୍ୟତାକୁ ପ୍ରଂଶସା କରିଥିଲେ । ଏହି ଅବସରରେ ଖେଳ ପଡିଆ ଚାରିପଟେ ଚାରା ରୋପଣ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ବନପାଳ ଅଶ୍ୱନୀ ଭୋଇ ପେସାରେ ଜଣେ ବନପାଳ ହୋଇଥିବା ବେଳେ ସମାଜସେବାକୁ ନିଜର ନିଶା ଭାବେ ଗ୍ରହଣ କରିଛନ୍ତି । କିଛି ମାସ ମଧ୍ୟରେ ଶ୍ରୀ ଭୋଇ ବରଗଡ ଡିଓଫଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥାଇ ସୁଦ୍ଧା ଜିଲ୍ଲାର ବିଭିନ୍ନ ଉପାନ୍ତ ଅଂଚଳରେ ଅନେକ ଖେଳ ପଡିଆ ନିଜସ୍ୱ ଖର୍ଚ୍ଚରେ ପ୍ରସ୍ତୁତକରି ଯୁବ ଗୋଷ୍ଠୀ ମାନଙ୍କୁ ଭେଟି ଦେବା ସହ ବିଭିନ୍ନ ଗରିବ ଲୋକଙ୍କୁ ଲକଡାଉନ ସମୟରେ ଆର୍ଥିକ ସହାୟତାର ହାତ ବଢାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଶେଷରେ ସ୍ୱାମୀ ବିବେକାନନ୍ଦ କ୍ଳବର ସଭାପତୀ ଅନିଲ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.