ସିମୁଳିଆ (ଅକ୍ଷୟ କୁମାର ଜେନା) : ସ୍ବର୍ଗତ ଧିରୁ ଭାଇ ଅମ୍ବାନୀ ଙ୍କ ର ଜନ୍ମତିଥି ଅବସରରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର୍ ମୁନିପଦା ରେ ଏକ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ସମଗ୍ର ରାଜ୍ୟ ଏବଂ ଦେଶ ବାହାରେ ଜଣାଶୁଣା ଚାଷୀ ଗଜେନ୍ଦ୍ର ବେହେରା ଙ୍କ ପୌରହିତ ରେ ବାଲେଶ୍ଵର, ଭଦ୍ରକ ଜିଲ୍ଲା ସଂଯୋଜକ ଦିଲିପ୍ କୁମାର ପଧାନ ଏବଂ କୃଷି ବୈଜ୍ଞାନିକ ରାମ ଚନ୍ଦ୍ର ସାହୁ ପାଖାପାଖି ଅଶି ଜଣ ଚାଷୀ ଙ୍କୁ ଉନ୍ନତ କିସମ ର ଚାଷ ବାବଦରେ ତାଲିମ ଦେଇ ଥିଲେ। ରେଲିଅଂସ ଫାଉଣ୍ଡେସନ ସଦା ସର୍ବଦା ଚାଷୀ ଓ ଚାଷ ସମ୍ବନ୍ଧ ରେ ଆଗଭର ଥିବା ବେଳେ ଅନେକ ସାମାଜିକ କର୍ଯ୍ୟ କ୍ରମ ରେ ମଧ୍ୟ ଦେଶ ର ଆଗଧଡ଼ି ର କମ୍ପାନୀ ହିସାବରେ ଏହି ସଂସ୍ଥା ଅଗ୍ରଗଣ୍ୟ। ଏହି ତାଲିମ ଶିବିର ରେ ଫସଲ ଚାରା ଏବଂ ମାସ୍କ୍ ବଣ୍ଟନ ସହ ନୂତନ ପଦ୍ଧତି ରେ ଚାଷ ଚାଷୀ ଙ୍କ ପାଇଁ ଏକ ନୂତନ ମାର୍ଗ ବୋଲି ଅଞ୍ଚଳ ରେ ଆଲୋଚ୍ୟ ର ବିଷୟ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.