ପଦ୍ମପୁର: ପଦ୍ମପୁର ଟାଉନ କ୍ଲବ ତରଫରୁ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଶିବିରରେ ମୋଟ ୪୦୬ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେ ମାନଙ୍କ ମଧ୍ୟରୁ ମୋଟ ୧୬୬ ଜଣଙ୍କର ମାଗଣା ଅସ୍ତ୍ରୋପଚାର ର ବ୍ୟବସ୍ଥା କରାଯାଇଥିଲା। ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଜି. ପି. ଏସ. ମିଶ୍ର ତଥା ଟାଉନ କ୍ଲବ ସଭାପତି ଶ୍ରୀ ଶିରିଷ କୁମାର ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିବା ସହ ଡା. ଜି. ପି.ଏସ. ମିଶ୍ର କ୍ଲବ ର ଏହି ପ୍ରଚେଷ୍ଟା କୁ ଭୁୟସୀ ପ୍ରଶଂସା କରିଥିଲେ। କ୍ଲବ ସଭାପତି ଶ୍ରୀ ଶିରିଷ କୁମାର ବହିଦାର ଆଗାମୀ ଦିନ ରେ ମଧ୍ୟ କ୍ଲବ ଏହି ପରି ସାମାଜିକ କାର୍ଯ୍ୟକ୍ରମ ସହ ଅଞ୍ଚଳ ର ବିକାଶ ଧାରା ରେ ଅଗ୍ରଣୀ ଭୂମିକା ରେ ରହିବ ବୋଲି ପ୍ରତିକ୍ରିୟା ଦେଇଥିଲେ। ଶେଷ ରେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସହଯୋଗ ଦେଇଥିବା ଗୋବିନ୍ଦ ଅଗ୍ରୱାଲ, ଲାଳ ମିଶ୍ର,ପ୍ରତାପ ମିଶ୍ର, ବାୟାନିଧି ସାହୁ, ସୁଶିଲ ଶର୍ମା, ଧନମାଲି ସାହୁ,ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ,ନରୁତ୍ତମ୍ ପ୍ରଧାନ, ସୁବାଷ ପାତ୍ର,ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ,ଯୁଗଳ କିଶୋର ସାହୁ,ଅଖିଳ ପୁରୋହିତ, ସୋମେଶ ଚନ୍ଦ୍ର ମହାନ୍ତି,ଦିନେଶ ବାରିକ, ଲକ୍ଷ୍ମୀକାନ୍ତ ବରିହା, ମଣ୍ଟୁ ପାଣ୍ଡେ ,ରଞ୍ଜନ, ଅମିର ଏବଂ କ୍ଲବର ସମସ୍ତ ସଦସ୍ୟ ଓ ଯୋଗଦାନ କରିଥିବା ସମସ୍ତ ଅନୁଷ୍ଠାନ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post