କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଅନୁଷ୍ଠିତ

0

ପାଇକମାଳ:  ପାଇକମାଳ ବ୍ଲକ୍ ମାଣ୍ତୋସିଲ ସାଇ ତରଫରୁ ଅଂଳାଯୁବା ମହାମାୟା ଶୁଶିଳା ଦେବୀ ନରସିଂ ଛାତ୍ରୀନିବାସ ପରିସର ରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ ର ଅଷ୍ଟାଦଶ ମହାସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାସଭା ସଭାପତି ରମହରି ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମାବେଶରେ ମୂଖ୍ୟ ଅତିଥି ଭାବେ   ଆନ୍ତ୍ରଯାତିୟ କ୍ଷାତି ସମ୍ପନ୍ନ ପ୍ରସ୍ତର ଶିଳ୍ପୀ  ପଦ୍ମବିଭୁଷଣ  ଡଃ ସୁଦର୍ଶନ ସାହୁ ଯୋଗ ଦେଇଥିଲେ ।  ସମ୍ମାନିତ ଅତିଥି ଭାବେ ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ,  ମାତୃମଞ୍ଚ ସଭାନେତ୍ରୀ ମିନତୀ ସାହୁ, ଯୁବାମଞ୍ଚ ସଭାପତି ପ୍ରହଲ୍ଲାଦ ସାହୁ, ଯୁଗ୍ମ ସଂପାଦକ ରମେଶ ସାହୁ ଯୋଗଦାନ କରିଥିଲେ ।ମୂଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ ଯୋଗ ଦେଇ ସମାଜର ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।  ଓଡିଶୀ ନୃତ୍ୟଶିଳ୍ପୀ ଶର୍ମିଳା ସହୁଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଭା ସଂପାଦକ ଚୁଡାମଣି ସାହୁ ଅତିଥି ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣି ପଠନ କରିଥିଲେ । ଯୁବାମଞ୍ଚ ସଂପାଦକ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ ।

ସଭା ଆରମ୍ଭ ପୂର୍ବରୁ ସମାଜର ଶତାଧିକ ମହିଳା ମାଣ୍ତୋସିଲ ଗ୍ରାମରୁ କଳସ ଶୋଭାଯାତ୍ରାରେ ଆସି ସଭାସ୍ଥଳେ ସ୍ଥାପନ କରିଥିଲେ । ମହାସଭାର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ସାହୁ ଧନ୍ୟବାଦ ଦେଇଥିଲେ । ମାଣ୍ତୋସିଲ ଯୁବାମଞ୍ଚ ସଭାପତି ମହେନ୍ଦ୍ର ଖୁଣ୍ଟିଆଙ୍କ ନେତୃତରେ ଏକ ବିଶାଳ ବାଇକ ରାଲି ମାଣ୍ତୋସିଲରୁ ବାହାରି  ସଭାସ୍ଥଳକୁ ଆସିଥିଲା । ସଂନ୍ଧ୍ୟରେ ମାତୃମଞ୍ଚ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ  ହେବ ।

Leave A Reply

Your email address will not be published.