ଉତ୍କଳୀୟମ୍ ଫାଉଣ୍ଡେସନ୍ ଦ୍ବାରା ସମ୍ମାନିତ ହେଲେ ସମାଜସେବୀ ରଶ୍ମିତା

0

ପଦ୍ମପୁର : ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ – ୨୦୨୧ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଂଘ ଭୂବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କରୋନା ଯୋଦ୍ଧା ଯଥା ପୋଲିସ, ଡାକ୍ତର, ନର୍ସ, ସାମ୍ବାଦିକ, ସାମାଜିକ କର୍ମୀ, ସଫେଇ କର୍ମଚାରୀ ଓ ଜରୁରୀ କାର୍ଯ୍ୟରେ ନିୟୋଜିତ ସମ୍ମୁଖ ଯୋଦ୍ଧା ମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମାଜର ସେବାରେ ନିଜକୁ ବ୍ରତୀ କରିଥିବା ନିଆରା ବ୍ୟକ୍ତିତ୍ୱ ବରଗଡ଼ ବିଜେପୁର୍ ଅଞ୍ଚଳର ସମାଜସେବୀ ରଶ୍ମିତା ମେହେରଙ୍କୁ ଶ୍ରେଷ୍ଠ ସମାଜସେବୀ ଭାବେ ଉକ୍ତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଭୂବନେଶ୍ବର ରେ ସମ୍ବର୍ଦ୍ଧିତ ହେବା ପରେ ଶ୍ରୀମତୀ ମେହେରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

Leave A Reply

Your email address will not be published.