ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ବୁରସିଙ୍ଗ ଗ୍ରାମରେ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ବୁରସିଙ୍ଗ ଗ୍ରାମରେ ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଗୁରୁବାର ଦିନ ଆର୍ସେଟି ପରିସରରେ ଅନୁଷ୍ଠିତ ହୋଇଛି।
ଗତ ୧୪.୧୨.୨୦୨୧ ଠାରୁ ଆରମ୍ଭ ହେଇଥିବା ୧୦ ଦିନିଆ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଅଜୟଗଡ ଗ୍ରାମ ପଞ୍ଚାୟତର ବୁରସିଙ୍ଗ ଏବଂ ଆଖପାଖ ଗ୍ରାମରୁ ମୋଟ ୩୧ ଜଣ ମହିଳା ଓ ପୁରୁଷ ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ଖାଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯୋଗାଇ ଦିଆ ଯାଇଥିଲା।
ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵରେ ଶ୍ରୀ ରମାକାନ୍ତ ରଣା, ଉପ ଜିଲ୍ଲା ପଶୁଧନ ଅଧିକାରୀ, ଗଜପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ, ଡ଼ିପିଏମ-ଓଏଲେମ, ଶ୍ରୀ କିଶୋର ଚନ୍ଦ୍ର ନାଇକ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଏବଂ ପଶୁଧନ ବିଭାଗର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ।
ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.