ହାଟଡିହି/ ମକରଧ୍ବଜ ଜେନା : ଆଜି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ କଳିଙ୍ଗା ର ପ୍ରଧାନଶିକ୍ଷକ ବିଜୟ କୁମାର ଜେନା ଅବସର ଗ୍ରହଣ କରିଛନ୍ତି। ଆଜି ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କୁ ଭାବପୂର୍ଣ୍ଣ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |
ଏ ଉପଲକ୍ଷେ ରତ୍ନାକର ପଣ୍ଡାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଇଓ ଧନେଶ୍ଵର ଖଣ୍ଡେ ମୁଖ୍ୟ ବକ୍ତା ଭାବେ ବିଆରସିସି ସୁରେଶ ଜେନା ଙ୍କ ସହ ସମ୍ମାନୀତ ଅତିଥି ଭାବରେ ହରମୋହନ ପଣ୍ଡା, ଶିଶିର ବିଶ୍ଵାଳ, ଅଭୟ ଜେନା, ନବକୁମାର ଲେଙ୍କା, ଭଗବାନ ମିଶ୍ର, ବିନୋଦ ବିହାରୀ ପଣ୍ଡା ,ସୁଦର୍ଶନ ପଣ୍ଡା, ବିଦ୍ୟାଧର ଜେନା, ଗୌରାଙ୍ଗ ନାୟକ, ପ୍ରଭାକର ସାହୁ, ବୃନ୍ଦାବନ ମଲ୍ଲିକ ଯୋଗ ଦେଇଥିଲେ। ସେଠାରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କୁ ଏକ ଗାଡ଼ିରେ ରାଲି କରି ସାଳନିଆ ଦେଇ ବିଦ୍ୟାଳୟକୁ ଆଣିଥିଲେ। ଏଥିରେ ବିଦ୍ୟାଳୟ ଶିକ୍ଷକ ମାନେ ସହଯୋଗ କରିଥିଲେ । ସେମାନଙ୍କ ମଧ୍ୟରେ ମୃତୁଞ୍ଜୟ ପଲେଇ, ପରେଶ ପରିଡ଼ା, ମହିମା ପଲେଇ, ଦେବାଶିଷ ଜେନା, ଦିବ୍ୟରଞ୍ଜନ ରାଉତ, ଟୁକୁନା ବେହେରା, ସନ୍ଧ୍ୟାରାଣି ମହାରଣା, ବାସନ୍ତୀ ସାହୁ, ପ୍ରିୟଙ୍କା ସେନାପତି, ସିତାଞ୍ଜଳି ଦାସ, ଅର୍ଜମା ଅର୍ପିତା ପତି, ରବି ନାରାୟଣ ସେଠୀ, ନିରାକାର ସେଠୀ, ପ୍ରମୋଦ ବେହେରା, ଙ୍କ ସହ କର୍ମଚାରୀ ଗିରିଧାରୀ ଦାସ, ଅଚ୍ୟୁତ ନନ୍ଦ ଦାସ, ଗୋଲକ ସାହୁ, ଉପସ୍ଥିତ ରହି ଥିଲେ। ଗାଁର ଛୋଟ ପିଲା ବୟସ୍କ ଲୋକମାନେ ମିଶି ସେହି ସମ୍ବର୍ଦ୍ଧନାକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post