ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରସ୍ତୁତ ହେବ ଉନ୍ନୟନ ଯୋଜନା

0
  • ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ସମଗ୍ର ଶିକ୍ଷା ଓ ଷ୍ଟାରସ ବିଷୟରେ ତାଲିମ ଦେଲେ ସଚିବ

  • ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ପାଇଁ ତାଲିମ ଖସଡ଼ା ପ୍ରସ୍ତୁତ କରିବ ସିଏଚଏସ୍ଇ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କର ସମଗ୍ର ଶିକ୍ଷା ଓ ଷ୍ଟାରସ ଉପରେ ଏକ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ସମଗ୍ର ଶିକ୍ଷାର ଆଭିମୁଖ୍ୟ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ବିଭିନ୍ନ ଉପାଦାନ ଯଥା ଡିଜିଟାଲ୍  ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଶିକ୍ଷକମାନଙ୍କର ତାଲିମ, ଗୋଷ୍ଠୀ ତାଲିମ, ଅନ୍ତର୍ନିବେଶ ଶିକ୍ଷା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ,
ବିଭିନ୍ନ ପ୍ରକାର ସିଭିଲ୍ କାମ ତଥା ବାଳିକାମାନଙ୍କର ଆତ୍ମରକ୍ଷା କୌଶଳ ଉପରେ ସବିଶେଷ ଆଲୋକପାତ କରାଯାଇଥିଲାା
ସମଗ୍ର ଶିକ୍ଷା ମାଧ୍ୟମରେ ମିଳୁଥିବା ବାର୍ଷିକ ଅନୁଦାନ ଯଥା କମ୍ପୋଜିଟ୍ ସ୍କ ଲୁ ଗ୍ରାଣ୍ଟ, ଲାଇବ୍ରେରୀ ଅନୁଦାନ, କ୍ରୀଡ଼ା ଅନୁଦାନ, ବିଦ୍ୟାଳୟ ନିରାପତ୍ତା ଅନୁଦାନ, ଭିତ୍ତିଭୂମି ବିକାଶ ଅନୁଦାନ ଆଦି ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲାା ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ସହ ବିସ୍ତୃତ ଆଲୋଚନା କରି ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସମଗ୍ର ଶିକ୍ଷା ତଥା ଷ୍ଟାରସ୍ ମାଧ୍ୟମରେ ଆବଶ୍ୟକ ଅର୍ଥ ମଞ୍ଜୁରୀ ପାଇଁ ପ୍ରସ୍ତାବ ଦେବାକୁ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲୋ ଏହାଛଡ଼ା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ସଂପର୍କ ସ୍ଥାପନ କରି ମୋ ସ୍କୁଲ ଯୋଜନା ମାଧ୍ୟମରେ ବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ କହିଥିଲୋ ଏହି ବୈଠକରେ ଉପସ୍ଥିତ ସିଏଚ୍ଏସ୍ଇର ଉପାଧ୍ୟକ୍ଷ ଶ୍ରୀ ତୁଷାରକାନ୍ତ ତ୍ରିପାଠୀଙ୍କୁ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ତାଲିମ ପାଇଁ ଖସଡ଼ା ପ୍ରସ୍ତୁତି, ପାଠାଗାର ପାଇଁ ପୁସ୍ତକ ଚୟନ ଓ ଏଲ୍ଇପିରେ (ଶିକ୍ଷଣ ଅଭିବୃଦ୍ଧି) ପାଇଁ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ଆଦି ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବାକୁ ସଚିବ ନିର୍ଦ୍ଦେଶ ଦେଇଥିଲୋ
ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଏହି ତାଲିମର ଉପାଦେୟତା ଉପରେ ଗୁରୁତ୍ୱ ଆରୋପ କରିଥିଲୋ ଏହି ଅବସରରେ ୨୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୁବଶୀଘ୍ର ୫୦ ଲକ୍ଷ ଲେଖାଏଁ ଟଙ୍କା ବ୍ୟୟରେ ଡିଜିଟାଲ୍ ପାଠାଗାର ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଓସେପାକୁ ସଚିବ ନିର୍ଦ୍ଦେଶ ଦେଇଥିଲୋ

Leave A Reply

Your email address will not be published.