ଗାଇସିଲେଟ ରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ।

0

ବରଗଡ଼-ଶାସକପ୍ରଶାସକ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ର ନୂତନ ଆଇ ଆଇସି ଭାବେ ଶ୍ରୀ ବିରବର ଭଗତ ଯୋଗଦାନ କରିଛନ୍ତି।ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଶ୍ରୀ ଭଗତ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ।ନୂତନ ଥାନା ଅଧିକାରୀ ଦାୟିତ୍ୱ ନେବାପରେ ସରକାରଙ୍କ ନିୟମାବଳୀ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ସହିତ ଜନ ପ୍ରତିନିଧି ଓ ଗଣ ମାଧ୍ୟମ ର ସାହାଯ୍ୟ ନିହାତି ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।ଏହା ପୂର୍ବରୁ ସେ ବୁଡେନ ,ଜଗଦଲପୁର ଥାନାରେ ଥିଲେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବୁଡେନ,ଜଗଦଲପୁର ରେ ଶାନ୍ତି ବଜାୟ ରଖିବା ସହ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସମର୍ଥ ହୋଇଥିଲେ।ସମସ୍ତ କାର୍ଯ୍ୟ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସହ ସହଯୋଗ କାମନା କରିବା ସହ ଅଞ୍ଚଳରେ ପୂର୍ଵଶାନ୍ତି ବଜାୟ ରହିବ ବୋଲି କହିଛନ୍ତି।

Leave A Reply

Your email address will not be published.