ନୂଆଦିଲ୍ଲୀ: ଭାରତୀୟ ସିମେଂଟ ପ୍ରମୁଖ ତଥା ଡାଲମିଆ ଭାରତ ଲିମିଟେଡର ଏକ ସହାୟକ କମ୍ପାନୀ ଡାଲମିଆ ସିମେଂଟ (ଭାରତ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ମହେନ୍ଦ୍ର ସିଂଘୀଙ୍କୁ ଇଣ୍ଡିଆନ ସିମେଂଟ ରିଭ୍ୟୁ ଏବଂ ଫାଷ୍ଟ କନଷ୍ଟ୍ରକ୍ସନ ସୋସାଇଟି ଦ୍ୱାରା ୧୨ତମ ସିମେଂଟ ଏକ୍ସପୋ’ରେ ଉଦ୍ୟୋଗକୁ କାର୍ବନ ମୁକ୍ତ କରି ଭାରତର ଭବିଷ୍ୟତକୁ ସଶକ୍ତ କରିବା ପାଇଁ ‘ପର୍ସନ ଅଫ ଦି ଇୟର’ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଶିଳ୍ପ ପ୍ରସାର ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅନିଲ ଅଗ୍ରୱାଲ ସିମେଂଟ ଏକ୍ସପୋ’ର ଦ୍ୱାଦଶ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଶ୍ରୀ ସିଂଘୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।
ଭାରତୀୟ ଏବଂ ବିଶ୍ୱ ସିମେଂଟ କ୍ଷେତ୍ରରେ ପରିବର୍ତନ ଦିଗରେ ତାଙ୍କର ଅନୁକରଣୀୟ ଅବଦାନ ପାଇଁ ଶ୍ରୀ ସିଂଘୀ ଏହି ପ୍ରତିଷ୍ଠିତ ଆଖ୍ୟା ପାଇଛନ୍ତି । ସେ ନିଜର ଅଗ୍ରଗାମୀ ଚିନ୍ତାଧାରା ଏବଂ ବିଘଟନକାରୀ ବ୍ୟବସାୟିକ କୌଶଳ ସହିତ କ୍ଷେତ୍ରର ଏକ ବୃତାକାର ଅର୍ଥନୀତିରେ ପରିବର୍ତନକୁ ସକ୍ଷମ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଜାରି ରଖିଛନ୍ତି । ଏହି ବର୍ଷ ପର୍ସନ ଅଫ ଦି ଇୟର ପୁରସ୍କାର ଗଠନ କରାଯାଇଛି ।
ପୁରସ୍କାର ପାଇଁ ଶ୍ରୀ ସିଂଘୀ ନାମାଙ୍କନ ପାଇଁ ଉଦ୍ଧରଣ- “ଶ୍ରୀ ସିଂଘୀ ସିମେଂଟ ଉଦ୍ୟୋଗର ଏକ ଦିଗଗଜ ହୋଇପାରିଛନ୍ତି ଏବଂ ତାଙ୍କର ଦୃଷ୍ଟିକୋଣ ଏବଂ ସଫଳତା ଉଦ୍ୟୋଗକୁ ଏହାର ଅଭିବୃଦ୍ଧିରେ ଆଗକୁ ବଢାଇଛି । ସିମେଂଟ ସେକ୍ଟରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଆମେ ତାଙ୍କୁ ଇଣ୍ଡିଆନ ସିମେଂଟ ରିଭ୍ୟୁ ପର୍ସନ ଅଫ ଦି ଇୟର ପୁରସ୍କାରରେ ସମ୍ମାନିତ କରୁଛୁ ।”
ଜାତିସଂଘର ସିଓପି ପ୍ରେସିଡେନ୍ସି ଦ୍ୱାରା ଶ୍ରୀ ସିଂଘୀଙ୍କୁ ସିଓପି ୨୬ ବିଜନେସ୍ ଲିଡର ଭାବେ ନାମିତ କରାଯାଇଛି । କାର୍ବନ ପ୍ରାଇସିଙ୍ଗ ଲିଡରସିପ ଗଠବନ୍ଧନ ଅଧୀନରେ ଥିବା ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପ ମଧ୍ୟ ତାଙ୍କୁ କାର୍ବନ ପ୍ରାଇସିଙ୍ଗ ଚାମ୍ପିଅନ ଭାବେ ନାମିତ କରିଛି ।
ସେ ସିମେଂଟ ଉତ୍ପାଦକ ସଂଘର ପୂର୍ବତନ ଅଧ୍ୟକ୍ଷ ଏବଂ ସିମେଂଟ ଓ ନିର୍ମାଣ ସାମଗ୍ରୀ ପାଇଁ ରାଷ୍ଟ୍ରୀୟ ପରିଷଦର ପୂର୍ବତନ ଚେୟାରମ୍ୟାନ ଅଟନ୍ତି ।
ଡାଲମିଆ ସିମେଂଟଣ୍ଟ(ଭାରତ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ମହେନ୍ଦ୍ର ସିଂଘୀ ଏହି ଆଖ୍ୟା ପାଇବା ଉପରେ ମନ୍ତବ୍ୟ ଦେଇ କହିଲେ, “ମୁଁ ଯେଉଁ ବ୍ୟକ୍ତିମାନଙ୍କ ସହ ଗତ ୪୩ ବର୍ଷ ମଧ୍ୟରେ ବିଭିନ୍ନ କମ୍ପାନୀରେ କାମ କରିଥିଲି ଯେଉଁମାନେ ମୋର ସ୍ୱଚ୍ଛ ଏବଂ ସ୍ଥାୟୀ ଯାତ୍ରାକୁ ଆକାର ଦେଇଥିଲେ, ସେମାନଙ୍କ ତରଫରୁ ଏହି ପୁରସ୍କାର ପ୍ରାପ୍ତ କରି ମୁଁ ସମ୍ମାନିତ ଅନୁଭବ କରୁଛି ଏବଂ ମୁଁ ସେମାନଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରୁଛି । ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ମୋର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶକ ଏବଂ ପ୍ରତିବଦ୍ଧ ସହକର୍ମୀମାନେ ରହିଛନ୍ତି ଯେଉଁମାନେ ମୋର ଯାତ୍ରାକୁ ସମର୍ଥନ କରିଥିଲେ । ଭବିଷ୍ୟତ ବିଷୟରେ ମୁଁ ଆଶାବାଦୀ ଯେହେତୁ ଆମେ ନୂତନ ବ୍ୟବସାୟ ମଡେଲ ଆଡକୁ ଗତି କରୁଛୁ ଯାହା ଆମକୁ ଲାଭଜନକ ରହିବାକୁ, ମୂଲ୍ୟ ସୃଷ୍ଟି ନିଶ୍ଚିତ କରିବାକୁ ଏବଂ ସମାନ ସମୟରେ ପରିବେଶ ସ୍ଥିରତା ହାସଲ କରିବାକୁ ପ୍ରେରିତ କରିବ ।”
ନୂଆଦିଲ୍ଲୀରେ ଆୟୋଜିତ ଦ୍ୱାଦଶ ସିମେଂଟ ଏକ୍ସପୋ’ରେ ସିମେଂଟ ସେକ୍ଟରର ଅଗ୍ରଣୀ ଖେଳାଳିମାନେ ଏକତ୍ରିତ ହୋଇ ସେମିନାର, ଆଲୋଚନା ଚକ୍ର ଏବଂ ପ୍ୟାନଲ ଆଲୋଚନା ମାଧ୍ୟମରେ ନିର୍ମାଣ ଉଦ୍ୟୋଗର ବିକାଶ ବିଷୟରେ ଉଦ୍ୟୋଗର ସ୍ଥିରତା ଏବଂ କାର୍ବନ ମୁକ୍ତି ଉପରେ ଅନ୍ତଦୃଷ୍ଟି ବାଂଟିଥିଲେ । ଅତ୍ୟାଧୁନିକ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସିମେଂଟଣ୍ଟ ଏବଂ କଂକ୍ରିଟ ଡିଜାଇନ ଏବଂ ନିର୍ମାଣରେ ଅଗ୍ରଗତି ଉପରେ ମଧ୍ୟ ବିଚାରବିମର୍ଶ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post