ପଦ୍ମପୁର(ଶାସକପ୍ରଶାସକ)- ସାରା ରାଜ୍ୟରେ ପାରଦ ତଳକୁ ଖସିଛି । ପଦ୍ମପୁର ସହରରେ ମଧ୍ୟ ପାରଦ ତଳକୁ ଖସି ହାଡ଼ ଭଙ୍ଗା ଶୀତର ଅନୁଭବ ହେଉଛି । ସନ୍ଧ୍ୟା ୮ ଟା ପରେ ରାସ୍ତା ଶୂନସାନ ହୋଇଯାଇଛି । ଥଣ୍ଡା ମାତ୍ର ବଢୁଥିବା କାରଣରୁ ଲୋକମାନେ ଘରୁ ବାହାରୁ ନାହାଁନ୍ତି । ହେଲେ ପଦ୍ମପୁର ସହରରେ ରହୁଥିବା ବାସହରା ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲିଛି। ସାଧାରଣ ଭାବରେ ଏହି ଲୋକମାନେ ଭିକ୍ଷା କରି ଅଥବା ଅନ୍ୟାନ୍ୟ କାମ କରି ପେଟ ପୋଷିଥାନ୍ତି ଏବଂ ରାତିରେ ଦୋକାନ ବାରଣ୍ଡା ତଥା କାହା ଘର ବାରଣ୍ଡାରେ ରାତି କାଟି ଥାନ୍ତି । ହେଲେ ଦୁଇ ଦିନ ହେବ ପଦ୍ମପୁର ଅଞ୍ଚଳରେ ଶୀତର ପ୍ରକୋପ ବଢିବା ଯୋଗୁଁ ଏହି ଲୋକମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପଦ୍ମପୁର ପ୍ରଶାସନ ଏଥିପାଇଁ ଧ୍ୟାନ ଦେଇ ସେମାନଙ୍କ ରାତ୍ରୀ ଯାପନ ପାଇଁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହୁଏ ।
Sign in
Sign in
Recover your password.
A password will be e-mailed to you.