ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୩୭ କ୍ରୀଡ଼ାବିତଙ୍କୁ ୧ କୋଟି ୮ଲକ୍ଷ ୮୩ ହଜାର ଅର୍ଥରାଶି ପୁରସ୍କାର

0
  • ଉନ୍ନତ ଭିତ୍ତିଭୂମି ଓ ପୁରସ୍କାର ରାଜ୍ୟ କ୍ରୀଡ଼ାକୁ ଆଗକୁ ନେବାରେ ସହାୟକ ହେବ: କ୍ରୀଡ଼ାମନ୍ତ୍ରୀ

  • ୬୫ଜଣ ପାରା ଆଥଲେଟଙ୍କୁ ମୋଟ ୬୧ଲକ୍ଷ ୬୯ ହଜାର ୫୦୦ଟଙ୍କା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ କରିଥିବା ରାଜ୍ୟର ମୋଟ ୨୩୭ ଜଣ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାରରେ ସମ୍ମାନିତ କରଯାଇଛିା କ୍ରୀଡା ଓ ଯୁବସେବା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବିଭାଗ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କ୍ରୀଡ଼ାବିତମାନଙ୍କୁ ମୋଟ ୧ କୋଟି ୮ ଲକ୍ଷ ୮୩ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲୋ
ପ୍ରତ୍ୟକ୍ଷ ତଥା ଭର୍ଚୁଆଲରେ ଯୋଗଦେଇଥିବା କ୍ରୀଡ଼ାବିତ୍ମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ସ୍ପୋର୍ଟ୍ସ ଫରୟୁଥ ଏବଂୟୁଥ ଫର ଫିଉଚର’ ଲକ୍ଷ୍ୟକୁ ପୂରଣ ନିମନ୍ତେ ଆମ ବିଭାଗ ଅନେକ ଆଖିଦୃଷ୍ଟିଆ କାର୍ଯ୍ୟ କରିଆସିଛିା ଖେଳାଳିମାନଙ୍କୁ ନିଜ ନିଜ ଇଭେଣ୍ଟରେ ଉତ୍କର୍ଷ ପ୍ରତିପାଦନ ପାଇଁ ଅନେକ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଆମେ ସକ୍ଷମ ହୋଇ ପାରିଛୁା ଖେଳାଳୀମାନଙ୍କ ଉଚ୍ଚ ପ୍ରଦଶନ ନିମନ୍ତେ ରାଜ୍ୟରେ ୧୧ଟି ଏଚପିସି ର୍ନିମାଣ ହୋଇଛିା ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ କଳିଙ୍ଗ ଷ୍ଟାଡିୟମ ଗସ୍ତକରି ୮୯ଟି ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକଗୁଡିଏ ବୃହତ କ୍ରୀଡା ପ୍ରକଳ୍ପର ଉଦଘାଟନ କରିଛନ୍ତିା ଏହି ପୁରସ୍କାର ଆମ କ୍ରୀଡ଼ାବିତଙ୍କ କଠିନ ପରିଶ୍ରମ ଓ ଉତ୍କର୍ଷର ସ୍ୱ୍ୱୀକୃତିା ଏହି କ୍ରୀଡ଼ାବିତମାନେ ହେଉଛନ୍ତି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସା ଏଣୁ ଆମ ଖେଳାଳୀମାନେ ଆଗାମୀ ଦିନରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ
କହିଥିଲୋ
ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବା ମୋଟ ୨୩୭ କ୍ରୀଡ଼ାବିତଙ୍କ ମଧ୍ୟରେ ୧୭୨ ଜଣ ସାଧାରଣ ବର୍ଗର ଆଥଲେଟ ହୋଇଥିବାବେଳେ ୬୫ଜଣ ପାରା-ଆଥଲେଟ ବର୍ଗରେ ରହିଛନ୍ତିା ସାଧାରଣ ବର୍ଗର ୧୭୨ କ୍ରୀଡ଼ାବିତଙ୍କୁ ମୋଟ ୪୭ ଲକ୍ଷ ୧୩ ହଜାର ୫୦୦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ୬୫ଜଣ ପାରା-ଆଥଲେଟଙ୍କୁ ମୋଟ ୬୧ଲକ୍ଷ ୬୯ ହଜାର ୫୦୦ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛିା
ଏଠାରେ ସୂଚନାଯୋଗ୍ୟ ଯେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ ଓ କୋଚମାନଙ୍କୁ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏା

Leave A Reply

Your email address will not be published.