ଝିଅ ଘରକୁ ଯିବା ହେଲା କାଳ, ରାକ୍ଷସ ସାଜିଲା ପୁଅ 

0

ଟିକିଏ ବି ଚିନ୍ତା କଲାନି, ବାଡେଇ ବାଡେଇ ମାକୁ ମାରିଦେଲା ପୁଅ 

ବାରିପଦା(ଦିଲ୍ଲୀପ ମହାନ୍ତି )

29-07-18-crime.jpg - 66.98 kB

ମା ହତ୍ୟାକାରୀ ପୁଅକୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାଡର଼୍ ନଂ ୨୬ ଭୁଗୁଡ଼ାକଟା ଅଞ୍ଚଳର ସ୍ୱର୍ଗତଃ ରାମଜତନ ମୁଦୁଲିଙ୍କ ୩୩ ବର୍ଷର ପୁଅ ମନୋରଞ୍ଜନ ମୁଦୁଲି ।  ସରୋଜିନୀ ମୁଦୁଲିଙ୍କ ଝିଅ ମନ୍ଦାକିନୀ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୮ ଜମୁନାଦେଇପୁରସ୍ଥିତ ଗଦାଧର ମଣ୍ଡଳଙ୍କୁ ବିବାହ କରିଥିଲେ । ପୁଅ ମନୋରଞ୍ଜନ ମା ସରୋଜିନୀଙ୍କୁ  ଝିଅ ଘରକୁ  ଯିବା ନିମନ୍ତେ ବାରଣ କରିଆସୁଥିଲେ; ମାତ୍ର ସରୋଜିନୀ ଏହାକୁ ନ ମାନି ଝିଅ ମନ୍ଦାକିନୀ ଘରକୁ ଯାଉଥିଲେ । ଫଳରେ ଉକ୍ତ ଘଟଣାକୁ କେନ୍ଦ୍ର କରି ମା ଓ ପୁଅଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ଚଳିତ ଜୁଲାଇ ୨୩ରେ ମା ସରୋଜିନୀ ଝିଅ ମନ୍ଦାକିନୀଙ୍କ ଘରକୁ ବୁଲି ଯାଇଥିବା ସମୟରେ ଉକ୍ତ ଦିନ ବିଳମ୍ବିତ ରାତି ପ୍ରାୟ ଦେଢ଼ଟା ସମୟରେ ମନୋରଞ୍ଜନ ଭିଣୋଇ ଗଦାଧର ମଣ୍ଡଳଙ୍କ ଘରେ ପହଁଞ୍ଚି ସେଠାରେ ମା ସରୋଜିନୀକୁ ନିସ୍ତୁକ ମାଡ଼ ମାରି ଗୁରୁତ୍ତର ଭାବେ ଆହତ କରିପକାଇ ଥିଲେ । ସରୋଜିନୀଙ୍କୁ ଚିକିତ୍ସା ନିମନ୍ତେ ପାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ଡ଼ାକ୍ତର ରିସିଭ ଡେ଼ଥ ଘୋଷଣା କରିଥିଲେ । ବାରିପଦା ଟାଉନ ଥାନାରେ ଏହି ଘଟଣାକୁ ନେଇ କେଶ ନଂ ୭୨/୨୦୧୮ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିଲା । ୨୮/୦୭/୨୦୧୮ରେ ଝିଅ ମନ୍ଦାକିନୀ ବାରିପଦା ଟାଉନ ଥାନାରେ ପହଁଞ୍ଚି ଭାଇ ମନୋରଞ୍ଜନଙ୍କ ବିରୋଧରେ ଏଫଆଇଆର ଦେବାପରେ ଅପମୃତୁ୍ୟ ମାମଲା ହତ୍ୟାମାମଲାକୁ ପରିବର୍ତ୍ତିତ ହୋଇଥିଲା ଓ କେଶ ନଂ ୧୭୨/୨୦୧୮ମୂଳେ ମା ହତ୍ୟାକାରୀ ପୁଅକୁ ରବିବାର ବାରିପଦା ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.