ଜଳୁଛି ବିଜେପି 

0

ଭୁବନେଶ୍ୱର : ଓଡ଼ିଶାର ଜନସାଧାରଣ  ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ବିଗତ ୧୮ବର୍ଷ ହେଲା ଦେଖିଆସୁଛନ୍ତି ଏବଂ ଏହି ବିକାଶମୂଳକ କାର୍ଯ୍ୟକୁ ଦେଖି ବିଜେପି ଇର୍ଷାନ୍ୱିତ ହେଉଛି । ଫଳସ୍ୱରୂପ ବିଜେପିର ବକ୍ତବ୍ୟ ବିଜେଡିର ବିକାଶମୂଳକ କାର୍ଯ୍ୟରୁ ଇର୍ଷାରୁ ସୃଷ୍ଟି ହୋଇଛି । ଗ୍ରାମୀଣ ରାସ୍ତା, ଦକ୍ଷତା ବିକାଶ କିମ୍ବା ଦାରିଦ୍ର୍ୟ ଦୂରୀକରଣକୁ ନେଇ ବିଜେପି ଶାସିତ କେନ୍ଦ୍ର ସରକାର ଓଡ଼ିଶାକୁ ଯେଉଁ ପ୍ରଶଂସା ଏବଂ ପୁରସ୍କୃତ କରିଛନ୍ତି, ରାଜ୍ୟ ସରକାରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ  କରିବା ପୂର୍ବରୁ ପ୍ରଭାରୀ ଅରୁଣ ସିଂହ ତାହାକୁ ମଧ୍ୟ ଥରେ ମନେ ପକାନ୍ତୁ ।

ଅପରପକ୍ଷରେ ୪ବର୍ଷ ଶାସନରେ ବିଜେପିର ପୋଲ୍‍ ଖୋଲିଯାଇଛି । ତାହା ୧୫ଲକ୍ଷ ଟଙ୍କା ପ୍ରତି ଆକାଉଣ୍ଟ୍‍ରେ ଦେବା ପ୍ରତିଶ୍ରୁତି ହେଉ କିମ୍ବା ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବାର ହେଉ ଅବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଭଳି ପ୍ରତିଶ୍ରୁତି ହେଉ, ପ୍ରତ୍ୟେକଟି ପ୍ରତିଶ୍ରୁତି ପାଣିର ଗାରରେ ପରିଣତ ହୋଇଛି, ଯାହା ଓଡ଼ିଶା ତଥା ଦେଶରେ ବିଜେପିର ପୋଲ୍‍ ଖୋଲିଯାଇଛି । ପ୍ରଭାରୀ ଶ୍ରୀ ସିଂହଙ୍କ ବକ୍ତବ୍ୟ ଭିତ୍ତିହୀନ ଏବଂ ଅସହିଷ୍ଣୁତାର ପରିଚାୟକ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ଏକ ପ୍ରେସ୍‍ ବିବୃତିରେ କହିଛନ୍ତି । 

Leave A Reply

Your email address will not be published.