କାର୍ଯ୍ୟକ୍ରମ ରୂପାୟନରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ :: ମନ୍ତ୍ରୀ ଡ. ଅରୁଣ ସାହୁ

0 1

କୃଷି କ୍ଷେତ୍ର ପ୍ରଦର୍ଶନ ସଂପର୍କିତ ସମୀକ୍ଷା ବୈଠକ

ଦାୟିତ୍ୱରେ ଅବହେଳା କରୁଥିବା ଅଧିକାରୀମାନଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଶାସକ ପ୍ରଶାସକ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ୫-“ଟି’ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ୱଚ୍ଛତା ଓ କର୍ମଚାରୀମାନଙ୍କ ପାରଦର୍ଶିତା ଉପରେ ନିରପେକ୍ଷ ଆଲୋକପାତ କରାଯିବା ସଙ୍ଗେ ସଙ୍ଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଏହାର ସଫଳ ରୂପାୟନ ପାଇଁ ଯତ୍ନବାନ ହେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତିା ମନ୍ତ୍ରୀ ଡ. ସାହୁ କୃଷି କ୍ଷେତ୍ର ପ୍ରଦର୍ଶନର ରୂପାୟନ ସଂପର୍କିତ ସମୀକ୍ଷା ବୈଠକରେ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତିା
ସ୍ୱଚ୍ଛତାକୁ ବିଭାଗୀୟ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ କୃଷି ଓ ଖାଦ୍ୟ ନିର୍ଦ୍ଦେଶାଳୟର ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆବଶ୍ୟକୀୟ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ (ଡିବିଟି) ଅନ୍ତର୍ଭୁକ୍ତ କରାଯାଇଛିା ଡିବିଟି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରାଯାଉଛିା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥି ବା ସମସ୍ତ ଯୋଜନାରେ ଆଗାମୀ ଦିନରେ ଡିବିଟି ପଦ୍ଧତି କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଛନ୍ତିା ଏ ସମ୍ବନ୍ଧରେ ବିଭାଗୀୟ ନିର୍ଦ୍ଦେଶକମାନେ ସାପ୍ତାହିକ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଛନ୍ତିା ମନ୍ତ୍ରୀ ଡ. ସାହୁ ପ୍ରତ୍ୟେକ ମାସରେ ଆଭାସୀ ମାଧ୍ୟମରେ ଏହାର ସମୀକ୍ଷା ନେବାକୁ କହିଛନ୍ତିା ଏହି ମାସିକ ସମୀକ୍ଷାରେ ସମସ୍ତ ତିନୋଟି ନିର୍ଦ୍ଦେଶାଳୟର ଖର୍ଚ୍ଚ ହୋଇଥିବା ଅର୍ଥରାଶିର ସମୀକ୍ଷା ସହ ଚଳିତ ଆର୍ଥିକ ବର୍ଷରେ ହେବାକୁ ଥିବା ଖର୍ଚ୍ଚ ସ୍ଥାନିତ ହେବା କାର୍ଯ୍ୟକାରିତାରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ଏବଂ ଅବହେଳା କରୁଥିବା ଅଧିକାରୀମାନେ ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଡ. ସାହୁ ତାଗିଦ୍ କରିବା ସହିତ ଆସନ୍ତା ଜାନୁଆରୀ ମାସ ୩୧ ତାରିଖରେ ପରବର୍ତ୍ତୀ ସମୀକ୍ଷା ବୈଠକ ଆୟୋଜନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତିା ଫାର୍ମ ପଣ୍ଡଣ୍ଟ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ବିଭାଗକୁ ଅଧିକ ଉତ୍ସାହର ସହ ସାମିଲ କରିବାକୁ ବୈଠକରେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶୀ ଓ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମକୁ ସମସ୍ତେ ମିଳିମିଶି ଆଗେଇ ନେବା ପାଇଁ କହିବା ସହିତ ଚଳିତ ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରତ୍ୟେକ ବି.ଏ.ଓ/ଏ.ଏ.ଓ/ଏ.ଏଚ୍.ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋଟିଏ ଲେଖାଏଁ ପ୍ରୋଜେକ୍ଟ ହିତାଧିକାରୀ ଚୟନ କରିବେ ବୋଲି କହିଥିଲୋ
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୈଠକରେ ଯୋଗଦେଇ ପ୍ରତ୍ୟେକ ଯୋଜନାରେ ଅର୍ଥରାଶି ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା ସହ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗର ପ୍ରତ୍ୟେକ ଦପ୍ତରରେ “ମୋ ସରକାର’ ଡେସ୍କ ପ୍ରତିଷ୍ଠା କରିବା ପାଇଁ କହିଥିଲୋ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏ.ଏ.ଓ/ଏ.ଏଚ୍.ଓମାନଙ୍କୁ ବାର୍ଷିକ ଲକ୍ଷ୍ୟ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲୋ କର୍ମଚାରୀମାନେ ସେମାନଙ୍କ ବ୍ୟକ୍ତିଗତ ମୂଲ୍ୟାଙ୍କନ ବିବରଣୀ (ପିଏଆର୍) ଦାଖଲ କଲାବେଳେ ସେଥିରେ ସମସ୍ତ କାର୍ଯ୍ୟ ଉଲ୍ଲେଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲୋ
ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କ ସହ ବିଭାଗୀୟ ଯୋଜନା ଅଧିକାରୀ ତଥା ନିର୍ଦ୍ଦେଶକମାନେ ଯୋଗଦେଇଥିଲୋ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.