ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଆଗାମୀ ଶିକ୍ଷାବର୍ଷ ୨୦୨୨-୨୩ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛିା ଆଜି ଭୁବନେଶ୍ୱରସ୍ଥ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀଙ୍କ ଉପସ୍ଥିତିରେ କୋରାପୁଟ, ମାଲକାନଗିରୀ ନବରଙ୍ଗପୁର ପରି ଉପାନ୍ତ ଜିଲ୍ଲା ସହ ପୁରୀ ଏବଂ କେନ୍ଦୁଝର ଜିଲ୍ଲାକୁ ପାଠ୍ୟପୁସ୍ତକ ପ୍ରେରଣ କରାଯାଇଛିା ପୁରୀ ଜିଲ୍ଲାକୁ ୨୮୦୫୨ ଖଣ୍ଡ, କେନ୍ଦୁଝରକୁ ୨୮୩୧୧, ମାଲକାନଗିରିକୁ ୪୮୨୩୨, ନବରଙ୍ଗପୁରକୁ ୪୫୩୧୮ ଏବଂ କୋରାପୁଟ ଜିଲ୍ଲାକୁ ୪୬୮୮୨ ଖଣ୍ଡ ପୁସ୍ତକ ପଠାଯାଇଛିା ଆଜି ସମୁଦାୟ ୧,୯୬,୩୯୫ ଖଣ୍ଡ ପାଠ୍ୟପୁସ୍ତକ ବିତରଣ ନିମନ୍ତେ ପଠାଯାଇଛିା ଶିକ୍ଷାବର୍ଷ ଅପ୍ରେଲ ମାସରୁ ଆରମ୍ଭ ହେଉଥିବାରୁ ଏହି ପୁସ୍ତକ ଯୋଗାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସଂପନ୍ନ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତିା ପ୍ରକାଶ ଥାଉ କି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ୪୭ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ୪ କୋଟିରୁ ଅଧିକ ବହି ଆବଶ୍ୟକତା ଥିବାବେଳେ ତାହା ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ବ୍ଲକ୍ ଏବଂ ପୌରାଞ୍ଚଳମାନଙ୍କରେ ପହଞ୍ଚାଇବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା କୋଭିଡ୍ ମହାମାରୀ ସମୟରେ କ ଟକ ଣାର ଅନୁପାଳନ ପୂବର୍କ ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟ ସୁଚାରୁ ରୂପେ ଆରମ୍ଭ କରାଯାଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପାଠ୍ୟପୁସ୍ତକ ଉତ୍ପାଦନଙ୍କ ବିକ୍ରୟ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ତାଙ୍କର କର୍ମକୁଶଳତା ନିମନ୍ତେ ସାଧୁବାଦ ଜଣାଇଛନ୍ତିା
Sign in
Sign in
Recover your password.
A password will be e-mailed to you.