ଦେବଗଡ଼ରୁ ଅବନୀକାନ୍ତ ମିଶ୍ର
: ଆଜି ଦେବଗଡ଼ ଜିଲ୍ଲାରେ ବହୁଦିନରୁ ଦାବି ହେଇ ଆସୁଥିବା ଦେବଗଡ଼ ମୂଖ୍ୟ ଚିକିତ୍ସାଳୟରେ ଡ଼ାଇଲାସିସ ସେଣ୍ଟର ସ୍ଥାପନ କୁ ନେଇ ଦେବଗଡ଼ ବିଜେପି ଯବମୋର୍ଚ୍ଚା ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଓ ରିଲେ ଅନଶନ କରାଯାଇଛି। ଦେବଗଡ଼ ଜିଲ୍ଲାବାସୀ ଓ ବିଜେପି ଯୁବମୋର୍ଚ୍ଚା ମିଳିତ ଭାବରେ ଅନେକ ଦିନରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ବାରମ୍ବାର ଦାବୀ କରିଆସୁଥିବା ଡ଼ାଇଲାସିସ ସେଣ୍ଟର ସ୍ଥାପନ କୁ ନେଇ ଆଜି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସୁଧୀର କୁମାର ବ୍ରହ୍ମା ଙ୍କ ଆହ୍ବାନ କ୍ରମେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଶାନ୍ତିପୂର୍ଣ୍ଣ ଧାରଣା ଓ ରିଲେ ଅନଶନ କରାଯାଇଛି। ଜିଲ୍ଲା ର ବହୁ ଗ୍ରାମରେ ଦୈନିକ କିଡ଼ିନୀ ରୋଗୀ ଙ୍କ ସଂଖ୍ୟା ବଢିବାକୁ ଲାଗିଛି। ଦେବଗଡ ରେ ଡ଼ାଇଲାସିସ ସେଣ୍ଟର ନ ଥିବାରୁ କିଡିନୀ ରୋଗୀ ମାନେ ନାନା ହଇରାଣ ହେଉଛନ୍ତି ତା ସହିତ ବାହାରକୁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଠିକ୍ ଭାବରେ ଚିକିତ୍ସା ନ ହୋଇ ପାରିବାରୁ ମୂତ୍ୟୁ ମୁଖରେ ପଡିଛନ୍ତି, ଟଙ୍କା ଖର୍ଚ୍ଚ ସାଙ୍ଗକୁ ଜୀବନ ମଧ୍ୟ ଚାଲି ଯାଇଛି। ଏହି ପରିପକ୍ଷୀରେ ଯେଉଁ ପଯ୍ୟନ୍ତ ଡ଼ାଇଲାସିସ ସେଣ୍ଟର କାର୍ଯ୍ୟକ୍ଷମ ନ ହୋଇଛି ବିଜେପି ଯୁବମୋର୍ଚ୍ଚା ଦେବଗଡ ତରଫରୁ ଦୈନିକ ଦୁଇ ଘଣ୍ଟା ଲେଖାଁଏ CDMO ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଜାରି ରହିବ। ଆଜି ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସୁଧୀର କୁମାର ବ୍ରହ୍ମା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଦୟା ଶଙ୍କର ଦ୍ବିବେଦୀ, ପୂର୍ବତନ ଦେବଗଡ କଲେଜ ସଭାପତି ବିଜୟ କୁମାର ଦେହୁରୀ, ଜିଲ୍ଲା ଏସ.ସି.ମୋର୍ଚ୍ଚା ଉପ ସଭାପତି ଶିବା ମୁଖୀ, ରାକେଶ ମଲ୍ଲିକ, ପ୍ରିତମ ବେହେରା, ବିକାଶ ଦେହୁରୀ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ପ୍ରକାଶ ଆଚାର୍ଯ୍ୟ, ଦିଲ୍ଲୀପ ମୁଖୀ, ତ୍ରିନାଥ ଭାରତୀ ଦାସ, ରିଙ୍କୁ ନାୟକ, ବିକାଶ ମୁଖୀ, ଅଶୋକ ପ୍ରଧାନ, କେଶବ ଚନ୍ଦ୍ର ପ୍ରଧାନ, ରିପୁନ କୁମାର ସାମଲ, କାହ୍ନା ବେହେରା, ଟୁନା ସାମଲ, ପିଙ୍କୁ ବାଗ୍, ଦିଲ୍ଲୀପ ସାହୁ, ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.