କଂଗ୍ରେସର ମିଶ୍ରଣ ପର୍ବ : ବିଜେଡିର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ୪୦ରୁ ଅଧିକ କର୍ମୀ କଂଗ୍ରେସ ରେ ଯୋଗଦାନ।

0

କଲ୍ୟାଣସିଂହପୁର :ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନୂତନ ପଞ୍ଚାୟତ କନ୍ଧକାତି ପାଡୁ ର ବିଜେଡି ଦଳର କିଛି କର୍ମୀ କଂଗ୍ରେସ ରେ ମିଶିଥିବା ଦେଖିବାକୁ ମିଳିଛି । ବିଜେଡି ଦଳର କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ହୋଇ କର୍ଣ୍ଣପାଡୁ ଓ ଉକ୍ତ ପଞ୍ଚାୟତ ର କିଛି ଗାଁ ର ପ୍ରାୟ ୪୦ରୁ ଅଧିକ ଲୋକ କଂଗ୍ରେସରେ ମିଶିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳର ଜିଲା ଉପସଭାପତି ଜଗନ୍ନାଥ ପଣ୍ଡା ଙ୍କ ଉପସ୍ଥିତି ରେ ମିଶିଥିଲେ ।ମିଶ୍ରଣ ପର୍ବରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ସହର ସଭାପତି ସି ହେଚ ନଗେଶ୍ୱର ରାଓ, ଅର୍ଜୁନ କଣ୍ଡାଗରି, ପ୍ରକାଶ କରକରିଆ ସମେତ ବହୁସଂଖ୍ୟା ରେ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.