ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଜଗଦଲପୁର, ପାଇକମାଲ ,ଗାଇସିଲେଟ ଥାନା ପୋଲିସ ବିଭାଗରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ନିର୍ଦେଶ ଅନୁଶାରେ ଏକ ଛୋଟ ଧରଣ ର ଅଦଳ ବଦଳ କରିଛନ୍ତି।ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କୁ ଗାଇସିଲେଟ ଥାନା ଅଧିକାରୀ ଏବଂ ଗାଇସିଲେଟ ଥାନା ଅଧିକାରୀ ସୁଷମା କହର ଙ୍କୁ ଜଗଦଲପୁର ଥାନା ଅଧିକାରୀ ଭାବେ ବଦଳି ହୋଇଛି।ପାଇକମାଲ ଥାନା ର ସବଇନିଷ୍ପେକଟର ସୁଶାନ୍ତ କୁମାର ଦୋରା ଙ୍କୁ ଗାଇସିଲେଟ ଥାନା ଏବଂ ଗାଇସିଲେଟ ଥାନା ର ଏ.ଏସ.ଆଇ ପ୍ରକାଶ ଭୋଇ ଙ୍କୁ ପାଇକମାଲ ଥାନା ବଦଳି ହୋଇଛି।ସେହିପରି ପାଇକମାଲ ଥାନା ର ଏ.ଏସ.ଆଇ ସବିତା ପାତ୍ରଙ୍କୁ ଗାଇସିଲେଟ ଥାନା ରେ ନିଯୁକ୍ତି ଦିଆଯାଇଛି।ବଦଳି ହୋଇଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ନୂତନ ନିଯୁକ୍ତି ସ୍ଥାନ ରେ ଯୋଗଦେବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟ ରୁ ନିର୍ଦେଶ ଦିଆଯାଇଥିବା ଜଣାଯାଏ।
Sign in
Sign in
Recover your password.
A password will be e-mailed to you.