ଜିଲ୍ଲାପାଳଙ୍କ ମଣ୍ଡୋସିଲ ମାର୍କେଟୟାର୍ଡ ପରିଦର୍ଶନ।

0

ବରଗଡ଼: ବରଗଡ଼ ଜିଲ୍ଲାପାଳ ସୁଶ୍ରୀ ମୋନିଷା ବାନାର୍ଜୀ ଅଚାନକ ମାଣ୍ଡୋସିଲ୍ ମାର୍କେଟୟାର୍ଡ ପରିଦର୍ଶନ କରିଥିବା ସୂଚନା ମିଳିଛି।ମାର୍କେଟ ୟାର୍ଡ ବୁଲିବା ସମୟରେ ଜିଲ୍ଲାପାଳ କେତେକ ଧାନ ଗଦାରେ ଚାଷୀଙ୍କ ପରିଚୟ ପତ୍ର ନ ଥିବାରୁ ସେହି ଧାନକୁ ତଦନ୍ତ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସମେତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ,ପାଇକମାଳ ବ୍ଲକ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ସମବାୟ ସମିତି ବିଭାଗୀୟ ଅଧିକାରୀ ପ୍ରମୁଖ ତଦନ୍ତ ପ୍ରକିୟା ଆରମ୍ଭ କରିଥିଲେ।ପରିଚୟ ପତ୍ର ନ ଥିବା ସେହି ଧାନ ଫୁଲ ସିଂ ମାଝୀ ନାମକ ଜଣେ ଚାଷୀଙ୍କ ହୋଇଥିବା ଓ ସେ ୧୦୦ପ୍ୟାକେଟ ଧାନ ପ୍ରକାଶ କରିଥିବା ବେଳେ ସେହି ଗଦାରୁ ୮୧ପ୍ୟାକେଟ ଧାନ ବାହାରିଥିଲା।ଏପରିକି ଧାନର କିସମ ବାବଦରେ ମାଝୀ କହୁଥିବା କଥାରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଥିଲା।କିଛି ଅସାଧୁ ବ୍ୟବସାୟୀ ଚାଷୀ ମାନଙ୍କ ନାମରେ ଏହି ଧାନ ସବୁ ମଣ୍ଡି ମାନଙ୍କରେ ଧାନ ପକାଊଥିବା ଦେଖାଦେଉଛି।ପାଇକମାଳ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଏହି ୮୧ ପ୍ୟାକେଟ ଅର୍ଥାତ୍ କ୍ୟୁ ୩୨.୯୦କେଜି ଧାନକୁ ଜବତ୍ କରିଥିବା ଏକ ସୂଚନା ମିଳିଛି।ଏହିପରି ଭାବରେ ଧାନମଣ୍ଡିକୁ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ ପ୍ରକିୟା ଜାରି ରଖିଥିବା ଜରୁରୀ ହୋଇଯାଇଛି । ବାରମ୍ବାର ଏହିପରି ଚଢ଼ାଉ ଜାରି ରଖିବାକୁ ଜନସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.