ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀସମୀକ୍ଷା ବୈଠକ

0 1

ଗ୍ରାମାଞ୍ଚଳରେ ମାଆମାନଙ୍କୁ ବିକାଶ ପଥରେ ଆଗେଇନେବା ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ – ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ)- ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ଗ୍ରାମପଂଚାୟତ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ମହିଳା ସମାବେଶ ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲୀଳାବତୀ ସେଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ଚିତ୍ରକର ତଥା ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟ ଜଳ ଯୋଗାଣ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ ଗୁରୁତ୍ବଦେଇ ଆସୁଛନ୍ତି ବୋଲି ମତପ୍ରକାଶ କରିଥିଲେ । ଏପରିକି ମିଶନ ଶକ୍ତି କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଯଥା-କୁକୁଡ଼ା ପାଳନ, ଗୋପାଳନ,ଛତୁ ଓ ପନିପରିବା ଚାଷ, ପଂଚାୟତ ପୋଖରୀ ମାଧ୍ୟମରେ ମାଛ ଚାଷ ପାଇଁ ଆଦି ବିଭିନ୍ନ ସ୍ୱାବଲମ୍ବୀଶୀଳ ଯୋଜନା କରି ମାଆ ମାନଙ୍କ ହାତରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଆହ୍ୱାନ ଦେଇଆସୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ସେହିପରିଭାବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ପାଇଁ ସୁରକ୍ଷା କବଚ ସାଜିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମହିଳାମାନେ ବିନା ସୁଧରେ ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ପ୍ରକାର ଯୋଜନା କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁଇ ପଇସା ରୋଜଗାର କରିପାରିବେ , ବଢି ,ପାମ୍ପଡ଼ ,ଗୋପାଳନ ଆଦି ବିଭିନ୍ନ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,କିଟର ପ୍ରତିଷ୍ଠା ଅଧିକାରୀ ପ୍ରମୋଦ ସାହୁ,ପୂର୍ବତନ ଅଧ୍ୟକ୍ଷ ଗିରିଶରଞ୍ଜନ ମହାପାତ୍ର,ଯୁବ ନେତା ଅଶୋକ କୁମାର ଓଝା, ଶିକ୍ଷାବିତ ଫକୀରଚରଣ ନାୟକ,ସରପଞ୍ଚ ଇତିବାଳା ନାୟକ, ଜିଲାପରିଷଦ ସଭ୍ୟ ସେକ ଜାହିର ମହମଦ,ସମିତିସଭ୍ୟ ବନାମ୍ବର ସାହୁ, ବ୍ଲକ ମହିଳା ଫେଡରେସନ ସଭାପତି କନକଲତା ଭୂୟାଁ, ବ୍ଲକ ମହିଳା ଫେଡେରେସନ ସମ୍ପାଦକ ସତ୍ୟଭାମା ନାୟକ, ପ୍ରାଣୀ ଚିକିତ୍ସକ ତନ୍ମୟ କୁମାର ମହାନ୍ତି, ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥ ଶେଖର ପରିଜା, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ରଜମୋହନ ପଣ୍ଡା,ଦୀପ୍ତିରଞ୍ଜନ ନାୟକ, ସୁରେଶ ନାୟକ ପ୍ରମୁଖ ଯୋଗଦେଇଥିଲେ | କଟରପଡା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଉତ୍ସବ ସ୍ଥଳୀକୁ ପାଛୋଟି ନିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଟରପଡା ପଂଚାୟତର ୪୮ ଟି ସ୍ୱୟଂ ସହାୟକ ଗୋଷ୍ଠି ମହିଳା, ଅଙ୍ଗନୱାଡି କର୍ମୀ ,ସହାୟିକା ମହିଳାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚେକ ଆକାରରେ ଋଣ ପ୍ରଦାନ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସେହିପରିଭାବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ବାରା କଟରପଡା ଗ୍ରାମପଂଚାୟତର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି ।

Leave A Reply

Your email address will not be published.