ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ରିଆମାଳ ଅନ୍ତର୍ଗତ ଠିଆନାଳ ସ୍ଥିତ “ନିତାଇଗୌର”ଆଶ୍ରମରେ ବାବା ବ୍ରଜମୋହନ ଦାସ ଙ୍କ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପୂଜକ ବାଞ୍ଛାନିଧି ଆଚାର୍ଯ୍ୟ ଓ କର୍ତ୍ତା ଭାବରେ ପରାର ପୂର୍ବତନ ସରପଞ୍ଚ ତପନ କୁମାର ସାହୁ ଏବଂ ତାଙ୍କ ସହଧର୍ମିଣୀ ତୋପାଜିନି ସାହୁ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଅଷ୍ଟପ୍ରହରୀ ନାମଯଜ୍ଞ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ସମାଜସେବୀ ଇ°ଚିତ୍ତରଞ୍ଜନ ପ୍ରଧାନ ତଥା ସମ୍ମାନିତ ଅତିଥି ଭାବରେ ପରା ସରପଞ୍ଚ ଆର୍ତ୍ତତ୍ରାଣ ବିଶ୍ଵାଳ, ବୁଢ଼ାପାଳ ର ପୁରାତନ ସରପଞ୍ଚ ବୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜଗନ୍ନାଥ ବାବାଙ୍କ ଦ୍ଵାରା ଅନୁଗୋଳ ରୁ ବିଶେଷଜ୍ଞ ଚକ୍ଷୁ ପରୀକ୍ଷକ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା ମଧ୍ୟ କରିଥିଲେ। ଶେଷରେ ଅନ୍ନଭୋଗ ସେବନ କରୀ କାର୍ଯ୍ୟକ୍ରମ ର ପରିସମାପ୍ତି କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post