ଅସ୍ତରଙ୍ଗ (ଦୁଃଶାସନ ନାୟକ): ବାତ୍ୟା କ୍ଷୟକ୍ଷତିରେ ପ୍ରଭୂତ କ୍ଷତି ହୋଇଥିବା ପାଚିଲା ଧାନ ଫସଲକୁ ରବିବାର ଦିନ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଅସ୍ତରଙ୍ଗ ବ୍ଲକ ବୁଲି ଦେଖିଥିଲେ। କେନ୍ଦ୍ରୀୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ, ଜୀଉନ୍ତି ଉକୁଳେଇ ରାଜସ୍ୱ ମୌଜାର ନଷ୍ଟ ହୋଇଥିବା ଫସଲକୁ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଧାନ ବିଲକୁ ଯାଇ ଗଜା ହୋଇଥିବା ଧାନକୁ ଦେଖିଥିଲେ। ଚାଷୀମାନେ ପ୍ରତିନିଧି ଦଳଙ୍କ ନିକଟରେ କୋହଭରା କଣ୍ଠରେ ନଷ୍ଟ ହୋଇଥିବା ବର୍ଷକର ଧାନ ସମ୍ପର୍କରେ କହିବା ସହିତ କୃଷି ଋଣ ଛାଡ କରିବା ଅନୁରୋଧ କରିଥିଲେ। କୃଷି ଋଣ ଛାଡ ନକଲେ ଆମେ ବାଧ୍ୟ ଆତ୍ମହତ୍ୟା କରିବା ପାଇଁ ହେବୁ। ପ୍ରତିନିଧି ଦଳମାନେ ବୁଲି ଦେଖି ସରିବା ପରେ ପୁରୀ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ରୀୟ ପ୍ରତିନିଧି ଦଳ ସହିତ ଉପଜିଲ୍ଲାପାଳ ଭାବ ତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର, ପୁରୀ ଜିଲ୍ଲା କୃଷି ଅଧିକାରୀ ଅନୀଲ ଚନ୍ଦ୍ର ଦାସ, ଏ ଡ଼ି ଓ ନିମାପଡା ଶରତ ଚନ୍ଦ୍ର ପରିଡା, ତହସିଲଦାର ରାଜଲକ୍ଷ୍ମୀ ନାୟକ, ଅସ୍ତରଙ୍ଗ କୃଷି ଅଧିକାରୀ ନରେଶ କୁମାର ସାହୁ ,ଅସ୍ତରଙ୍ଗ ରାଜସ୍ୱ ନିରୀକ୍ଷକ ସସ୍ମିତା ନାୟକ, ଭି.ଏ. ଡବ୍ଲୁ. ନିବେଦିତା ପଟ୍ଟନାୟକପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post