ଦୁଲୁପୂରଠାରେ ଏକ ରକ୍ତଦାନ ଶିବିର

0

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗି ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ବବୁଜଙ୍ଗ ଗ୍ରାମପଞ୍ଚାୟତରେ ଯୁବ ସଂଗଠକ ଇଜାଜ୍ ଖାନଙ୍କ ନେତୃତ୍ୱରେ ଏସସିବି ରକ୍ତ ଭଣ୍ଡାର ଆନୁକୁଲ୍ୟରେ ଦୁଲୁପୂର୍ ସ୍ଥିତ ରୟାଲ୍ ଇଣ୍ଡଷ୍ଟ୍ରୀଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯେଉଥିରେ ମୋଟ୍ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପୂର୍ବତନ ସରପଞ୍ଚ ସ୍ଵାଧୀନ ଭୂୟାଁ, ଯୁବ ନେତା ରିହାନ ଖାନ୍, ଯୁବ ନେତା ଦୁର୍ଗା ପ୍ରତାପ ଦାସ, ଡକ୍ଟର କୌସିକ୍ ମହାପାତ୍ର, ରାମଚନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ, ଅନ୍ୟପଟେ ଏହି ରକ୍ତ ଦାନ ସିବିର ରେ ସହଯୋଗ କରିଥିଲେ ବିଶ୍ୱଜିତ୍ ସାହୁ, ସୁଲତାନ ଖାନ୍, ଶୁଭକାନ୍ତ ସ୍ୱାଇଁ, ସମୀର ମହାନ୍ତି, ସରୋଜ ସାହୁ, ଦୀପ୍ତି ରଞ୍ଜନ ପଣ୍ଡା, ମନୋଜ ରାଉତ, ମୋତିଉର୍ ରେହମାନ୍ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସମସ୍ତ ରକ୍ତ ଦାତା ମାନଙ୍କୁ ଯୁବ ସଂଗଠକ ଇଜାଜ ଖାନ୍ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.