ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପଞ୍ଚାୟତ ଠାରେ ମିଶନଶକ୍ତି ପକ୍ଷରୁ ସମୀକ୍ଷା ବୈଠକ !

0

ସମାଜ ଗଠନରେ ମହିଳାମାନଙ୍କୁ ସାମିଲ କରିବା ଆମର ମୂଳ ଲକ୍ଷ୍ୟ।- ମନ୍ତ୍ରୀ

ମାହାଙ୍ଗା -(ସପ୍ତଜ୍ୟୋତି ରାଉଳ) ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋତରା ପଂଚାୟତ ଖସା ପଡ଼ିଆଠାରେ ଶନିବାର ଅପରାହ୍ନରେ ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ସ୍ଥାନୀୟ ସିଡିପିଓ ପ୍ରମୋଦିନି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଆଇନି, ପାନୀୟ ଜଳ ଯୋଗାଣ, ପଂଚାୟତ ରାଜ ଓ ନଗରଉନ୍ନୟନ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ନବୀନ ବାବୁଙ୍କ ସରକାର ସବୁବେଳେ ଗୁରୁତ୍ବଦେଇଆସିବା ସହ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା କରିଛନ୍ତି ବୋଲି କହିଥିଲେ |
ଏହି ଯୋଜନା ମା’ ଓ ଭଉଣୀ ମାନକୁ ସ୍ୱାବଲମ୍ବୀ କରିପାରିଛି ବୋଲି ମନ୍ତ୍ରୀ କହିଥିଲେ |
ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା,ବିଡ଼ିଓ ନିହାର ରଞ୍ଜନ ମଲିକ,ଜିଲ୍ଲାପରିଷଦ ସଭ୍ୟା ଅନପୂର୍ଣା ଦଳବେହେରା, ହରପ୍ରିୟା ପାଣି, ପୂର୍ବତନ ଜିଲ୍ଲାପରିସଦ ସଭ୍ୟ ରତ୍ନାକର ସାହୁ ,ସାମାଜିକ କର୍ମୀ ଶଶୀଭୂଷଣ ଷଡ଼ଙ୍ଗୀ, ପଂଚାୟତ ମହିଳା ଫେଡରେସନ ସଭାପତି ଶୁଭଲଷ୍ମୀ ବଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି ଦ୍ଵାରା ମହିଳା ମାନେ କିପରି ଉପକୃତ ହେଉଛନ୍ତି ସେନେଇ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରଦୀପ୍ତ ବିଶ୍ୱାଳ, ସଚ୍ଚିଦାନନ୍ଦ ସାହୁ, ରଶ୍ମି ରଂଜନ ପ୍ରଧାନ, କ୍ଷୀରୋଦ ବେହେରା, ସ୍ମୁତିରଞ୍ଜନ କର, କିଶୋର ନାୟକ, ପ୍ରକାଶ ବେହେରା, ଦେବେନ୍ଦ୍ର ବେହେରା, ପର୍ଯ୍ୟ ବେଖ୍ୟକ ତାପସ ପ୍ରଧାନ,ପ୍ରକାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ | ଗୋତରା ପଞ୍ଚାୟତରେ କାର୍ଯ୍ୟ କରୁଥିବା ୭୨ ଟି ସ୍ୱୟଂ ସହାୟକ ଗୋଷ୍ଠୀର ଏକ ହାଜର ପାଖାପାଖି ମହିଳା ଉପସ୍ଥିତ ଥିଲେ |

Leave A Reply

Your email address will not be published.