ଅସ୍ତରଙ୍ଗ/ଦୁଃଶାସନ ନାୟକ : ସ୍ୱାର୍ଥପର ଦୁନିଆରେ ଆଜି ବି ଅନେକଙ୍କ ହୃଦୟରେ ମାନବିକତା ବା ମଣିଷ ପଣିଆ ବଂଚି ରହିଛି । ଏହିପରି ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଅସ୍ତରଙ୍ଗ ଠାରୁ ନିମାପଡା ଯାଇ ଥିବା ମୁଖ୍ୟ ସଡ଼କ ନିକଟ କାକଟପୁର ବସଷ୍ଟାଣ୍ଡ ନିକଟରେ ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ଅବସ୍ଥାରେ ଜଣେ ବ୍ୟକ୍ତି,ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ବୁଲାବୁଲି କରୁଥିବାର ଜୟ ଜଗନ୍ନାଥ ଗ୍ରୁପ ର କିଛି ସଦ୍ୟସ ଦେଖିବାକୁ ପାଇଥିଲେ । ପରିଶେଷରେ ଦେଖିବାକୁ ପାଇଲେ ଯେ ଏହି ବ୍ୟକ୍ତି ଜଣକ କାକଟପୁର ବସ ଷ୍ଟାଣ୍ଡ ନିକଟରେ ଭୋକ ଉପାସରେ ରହୁଛନ୍ତି । ଗ୍ରୁପ ର ସଦସ୍ୟ ତଥା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର କିଛି ସମାଜସେବୀଙ୍କ ସହ ଜୟ ଜଗନ୍ନାଥ ଗ୍ରୁପର ପୁରୀ ଜିଲ୍ଲା ସଭାପତି, ମାନସ ପଣ୍ଡା, କାହ୍ନୁ ପାତ୍ର ,ରାକେଶ ମହାରଣା ଆଶିଷ ଖୁଣ୍ଟିଆ,ପ୍ରିୟତମା ମଲ୍ଲିକ, ରଞ୍ଜନ ପଣ୍ଡା, ମନୋରଞ୍ଜନ ନୟକ ପ୍ରମୁଖ ସେଠାରେ ପହଂଚି,ତାଙ୍କୁ ଅପରି ସ୍କାର ଜାଗାରୁ ଉଦ୍ଧାର କରି ଦାଢ଼ି,ଛୁଟି,ନଖ, କାଟି ଗାଧୋଇ ଦେଇ ନୂଆ ବସ୍ତ୍ର ପିନ୍ଧାଇଥିଲେ । ଶରୀରରେ କ୍ଷତ ଥିବା ଜାଗାକୁ ପ୍ରାଥମିକ ଚିକିତ୍ସା କରି, ସୁରକ୍ଷିତ ସ୍ଥାନରେ ରଖି ଶୀତ ଦାଉରୁ ରକ୍ଷା ପାଇଁ ଶୀତ ବସ୍ତ୍ର ସହ କମ୍ବଳ ଦେଇ ଥିଲେ । ପରିଶେଷରେ, ସଂଗଠନ ତରଫରୁ ରାତିରେ ସେଠାରେ ଥିବା କିଛି ବସ୍ତିରେ ସୁଖିଲା ଖଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post