ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ ।

0 1

କଲ୍ୟାସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ ।ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ସ୍ଥାନୀୟ ହରିଜନସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୧୪୪ ଜଣ ଛାତ୍ରଛାତ୍ରୀ ଫରମ ପୂରଣ କରି ଥିବା ବେଳେ ୧୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।୩୮ ଜଣ ଛାତ୍ରଛାତ୍ରୀ କୌଣସି କାରଣରୁ ପରୀକ୍ଷା ଦେଇନାହାନ୍ତି ।ଏହି କେନ୍ଦ୍ରକୁ ଗଦାଧର ମିଶ୍ର ପରିଚାଳନା କରିଥିବା ବେଳେ ସହକାରୀ ପରିଚାଳକ ଭାବେ ନନ୍ଦକିଶୋର ସାବତ ରହିଥିଲେ ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିଲେ ।

ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ବିଜୟକୁମାର ସେଠି, କ୍ଲଷ୍ଟର ସ୍ତରୀୟ ଶିକ୍ଷାଅଧିକାରୀ ସୁଶୀଲ କୁମାର ମହାପାତ୍ର ରହିଥିଲେ ।ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ର ବୃତ୍ତି ପରୀକ୍ଷା ଅନୁଷ୍ଠିତ କରାଯାଇଛି ।ଏଥିରେ ୧୬୬ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।ବଳକା ୩୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ଜଣାପଡିଛି ।ଏଥିରେ ପରୀକ୍ଷା ପରିଚାଳକ ଭାବେ କୁଞ୍ଜବିହାରି ସାହୁ, ସହକାରୀ ପରିଚାଳକ ଭାବେ ସୋରାଜ କାନ୍ତ ବେଉରା ରହିଥିଲେ ।

Leave A Reply

Your email address will not be published.