ମର୍ମନ୍ତୁଦ ଚୋପର୍ କ୍ରାସରେ ପ୍ରାଣ ହରାଇଲେ ସିଡିଏଏସ ବିପିନ୍ ରାୱତ୍

0 2

ପ୍ରାଣ ହରାଇଥିବା ୧୩ଜଣଙ୍କ ମଧ୍ୟରେ ଓଡ଼ିଆ ଜୁନିୟର ୱାରେଣ୍ଟ ଅଫିସର 

ଚେନ୍ନାଇ: ୱେଲିଂଟନ୍ ଡିଫେନସ୍ ସର୍ଭିସ୍ ଷ୍ଟାଫ୍ କଲେଜରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଲେ ଏକ ଦୁଖଦ ଚୋପର୍ କ୍ରାସ୍ ରେ ଆଜି ନିଜ ସହଯୋଗୀଙ୍କ ସହ ସପତ୍ନୀକ ପ୍ରାଣ ହରାଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ୍ ।  ମିଗ୍ ୧୭ ଭି୫ ଚୋପରରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା  ୧୩ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ହେଉଛନ୍ତି ଅନୁଗୁଳ ତାଳଚେରର ରାଣା ପ୍ରତାପ ଦାସ। ସେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍‌ସ ନାୟକ ବିବେକ କୁମାର, ଲାନ୍‌ସ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତି ଥିଲେ। ।
ସିଡିଏସ୍ ରାୱତ୍ ଙ୍କୁ ନେଇଯାଉଥିବା ଏହି ଚୋପରଟି ତାମିଲନାଡୁର କୁନୁରୁଠାରୁ ୭ କିମି ଦୂର ଜଙ୍ଗଲ ଉପରେ ଉଡୁଥିବା ବେଳେ କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଜଳିଯାଇ ଖଣ୍ଡ ଖଣ୍ଡ ଅବସ୍ଥାରେ ଜଙ୍ଗଲ ମଝିରେ ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ନୀଳଗିରି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ସେଠାରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.